ହିନ୍ଦୁ ସାମ୍ରାଜ୍ୟ ଦିନୋତ୍ସବ

ସାଲେପୁର, ତା ୨୦/୦୬/୨୦୨୪ ରିଖ     ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସାଲେପୁର ସମାଜ ଜାଗରଣ ଓ ରାଷ୍ଟ୍ର ନିର୍ମାଣ ନିମନ୍ତେ ପ୍ରତି ବର୍ଷ ଛ ଗୋଟି ଉତ୍ସବ ପାଳନ କରେ ତନ୍ମଧ୍ୟରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ଅନ୍ୟତମ। ଏହା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥି ରେ ପଡେ। ଚଳିତ ବର୍ଷ ସାଲେପୁର ଖଣ୍ଡ  ସୂଚନା ମୁତାବକ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣ, ଭାତପଡା ଠାରେ ସନ୍ଧ୍ୟା ୦୬:୩୦ ସମୟରେ  ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମ୍ମାନୀୟ ଶ୍ରୀଯୁକ୍ତ ବିଶ୍ଵପ୍ରକାଶ ପଟ୍ଟନାୟକ (ଅବସରପ୍ରାପ୍ତ ଆଡିଶନାଲ  ଏସ.ପି.ଓଡିଶା ପୋଲିସ ) ଏବଂ ମୁଖ୍ୟବକ୍ତା ଶ୍ରୀମାନ ସୁନିଲପଦ ଗୋସ୍ଵାମୀ ଆଦରଣୀୟ ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ, (ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ) ଉପସ୍ଥିତ ରହିବାକୁ ସମ୍ମତି ପ୍ରଦାନ କରିଅଛନ୍ତି ବୋଲି ମାନନୀୟ ସାଲେପୁରଖଣ୍ଡ ସଂଘଚାଳକ  ଡଃ ଚିତ୍ତରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି। ସମସ୍ତ ସ୍ଵୟଂସେବକ ଗଣବେଶ -ପ୍ୟାଣ୍ଟ, ସାର୍ଟ, ଟୋପି ଓ ବେଲ୍ଟ ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିବେଦନ ପୂର୍ବକ  ଖଣ୍ଡ କାର୍ଯ୍ୟବାହ ଶ୍ରୀ ଜଗନ୍ନାଥ ପ୍ରଦାନ ସୂଚନା ଦେଇଛନ୍ତି । 

Leave a Comment