ମାଟି ହାଣ୍ଡି ଦହିବରା, ଥରେ ଖାଇଲେ ପେଟ ମୁଣ୍ଡ ସବୁ ଥଣ୍ଡା !

News18 Local

କଟକ: ଦହିବରା କଥା କହିଲେ ମୁହଁରେ ପାଣି ଆସିଯାଏ । ଦହିବରା ତ ଖାଇଥିବେ ହେଲେ ଏବେ ସଭିଁଙ୍କ ହୃଦୟ ଜିତିଛି ମାଟିହାଣ୍ଡି ଦହିବରା  । ଖାଣ୍ଟି ଓଡ଼ିଆ ଘରର ସୁଆଦ ଏଥିରେ ଭାରି ରହିଛି । ସ୍ୱାଦ ଏପରି ଯେ ଥରେ ଖାଇଲେ ମନ ଭରି ଯାଉଛି, ଆଉ ମହକ ଏପରି ଯେ ବାସ୍ନାରେ ପେଟ ପୁରି ଯାଉଛି  । ଗିରିଶ ଭାଇଙ୍କ ଏହି ମାଟିହାଣ୍ଡି ଦହିବରା ପୁରା ପାହାଳ ଅଂଚଳରେ ଛାଇଯାଇଛି ।ଲୋକଙ୍କୁ ତାଙ୍କ ହାତରନ୍ଧା ଦହିବରା ଯେତିକି କିମିଆ କରିଛି ତାଙ୍କ ପରଷିବା ଷ୍ଟାଇଲ ବି ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି  । ହାଇଜେନିକକୁ ଧ୍ୟାନରେ ରଖି ବହୁ ଶ୍ରଦ୍ଧାର ସହ ଲୋକଙ୍କୁ ରାଜରାସ୍ତା ଉପରେ ଦହିବରା ଖୁଆଉଛନ୍ତି ଗିରିଶ ଭାଇ  ।

୪ଶହ ଟଙ୍କାର ଚୁଡି ଏଠାରେ ମାତ୍ର ୯୦ଟଙ୍କା !,ଶସ୍ତାରେ କିଣିବାକୁ ଚାହୁଁଥିଲେ ଆସନ୍ତୁ

ପାହାଳ ଅଞ୍ଚଳରେ ନାଁ କରିଛି ଗିରିଶ ଭାଇଙ୍କ ମାଟିହାଣ୍ଡି ଦହିବରା  । ସେଠାକାର ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ପଥିକଙ୍କୁ ଦିୱାନା କରିଛି ଏହି ଦହିବରା ପ୍ଲେଟ । ସୁନ୍ଦର ସୁନ୍ଦର ମାଟି ପାତ୍ରକୁ ବ୍ୟବହାର କରି ପୁରା ଦେଶୀ ଷ୍ଟାଇଲରେ ଏଠାରେ ଦହିବରା ପରଷାଯାଏ  । ସଫ୍ଟ ସଫ୍ଟ ବରା ସାଙ୍ଗକୁ ଆଳୁ ଝୋଳ ଓ ତା’ ଉପରେ ଛଣା ସେଓ , ପିଆଜ, ଧନିଆ, ଦହି ଓ ଘରୋଇ ମସଲାର ଟ୍ଵିଷ୍ଟ ଦେଇ ଗ୍ରାହକଙ୍କୁ ଶ୍ରଦ୍ଧାରେ ପରସି ଦେଇଥାନ୍ତି ଦହିବରା  । ତେବେ ଦହିବରାରେ ମିଳୁଥିବା ଆଳୁ ଝୋଳ ସ୍ଵାଦବହୁତ ଭଲ । ରଙ୍ଗ ଯେମିତି ମହକ ବି ସେମିତି  ।

ନିଜ ବୟସ ଅନୁସାରେ ଠିକ ଘଣ୍ଟା ଶୋଉଛନ୍ତି ତ? ନଚେତ୍…

ନିଜ ବୟସ ଅନୁସାରେ ଠିକ ଘଣ୍ଟା ଶୋଉଛନ୍ତି ତ? ନଚେତ୍…

ଓଡ଼ିଆଣୀ ହାଣ୍ଡିଶାଳର ଘର ତିଆରି ମସଲାରେ ତିଆରି ଏହି ଆଳୁଝୋଳ କହିବାକୁ ଗଲେ ଦହିବରା ପ୍ଲେଟର ସ୍ୱାଦ ଦୁଇଗୁଣ କରିଦେଇଥାଏ । ଘରୋଇ ମସଲାର ସେ ବାସ୍ନାରେ ପେଟ ପୁରି ଯାଏ  । ତେବେ କୋଭିଡ ପରେପରେ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ  । କୋଭିଡି ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇଜେନିକର ସହ ଲୋକଙ୍କ ପାଟିକୁ ସୁଆଦିଆ ଓ ପେଟ ଭରିଲାଭଳି ଖାଦ୍ୟ ଯୋଗାଇବା ପାଇଁ ସେ ମାଟିହାଣ୍ଡି ଦହିବରାର ଷ୍ଟଲ ଲଗାଇଥିଲେ  ।

Astrology 2024: ୨୦୨୪ରେ ୫ ରାଶିର ଖୋଲିବ ଭାଗ୍ୟ; ବର୍ଷସାରା ବର୍ଷା ହେବ ଟଙ୍କା !

ନିଜ ପରିଶ୍ରମ ବଳରେ ଏଇ କିଛି ବର୍ଷ ଭିତରେ ସେ କମାଲ କରି ଦେଖାଇଛନ୍ତି  । ଯେଉଁ ଆଶା ନେଇ ଏହି ଷ୍ଟଲ ପକାଇଥିଲେ ତାହା ଅନେକାଂଶରେ ପୁରାଣ ହୋଇଛି  । ଆଜି ସେ ପକେଟକୁ ସୁହାଇଲା ଭଳି ଦାମରେ ଲୋକଙ୍କ ପେଟର ଭୋକ ମେଣ୍ଟାଇବା ସହ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି  । ପାହାଳ ଅଂଚଳର ମାଟିହାଣ୍ଡି ଦହିବରା ଲୋକଙ୍କ ମନରେ ଏକ ନିଆରା ସ୍ୱାଦ ଛାଡି ପାରିଛି  । ଦୃଢ ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ବଳରେ ଗିରିଶ ଭାଇ ନିଜେ ସ୍ୱାବଲମ୍ବୀ ହୋଇପାରିବା ସହ ଲୋକଙ୍କ ମନରେ ନିଜ ହାତର ସ୍ୱାଦ ଛାଡି ପାରିଛନ୍ତି  । (ରିର୍ପୋଟ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Leave a Comment