ସାଙ୍ଗର ସମାଧି ସହ କଥା ହେଉଛି ସାଙ୍ଗ, ୩୦ବର୍ଷ ହେବ ସାଙ୍ଗକୁ ଜଗିଛନ୍ତି

News18 Local

କଟକ: ସାଙ୍ଗ ତୁ ବ୍ୟସ୍ତ ହନା ମୁଁ ତୋ ସହ ଅଛି । ଆଜି ସିନା ତୁ ଏ ଦୁନିଆରେ ନାହୁଁ ହେଲେ ତଥାପି ବି ମୁଁ ତୋ ସାଥିରେ ହିଁ ରହିଛି । ଏଇ ଦେଖୁନୁ ମୁଁ ତୋ ସମାଧି ପାଖରେ ଶୋଇଛି । ତୁ ଯେଉଁଠି ପୋଡ଼ା ହୋଇଥିଲୁ ଆଜି ସେ ଜାଗାକୁ ଛାଡ଼ି ମୁଁ କୁଆଡେ ବି ଯାଉନି। ମୁଁ ଜାଣିଛି ତତେ ଏକୁଟିଆ ଭାରି ଡର ଲାଗେ। ସେଇଥି ଲାଗି ତ ମୁଁ ତତେ ଏଇଠି ଜଗିକି ଅଛି ।

ମୃତ ବ୍ୟକ୍ତିଙ୍କ ଏହି ୩ଟି ଜିନିଷ ଭୁଲରେ କରନ୍ତୁ ନାହିଁ ବ୍ୟବହାର , ନଚେତ୍ ଆପଣଙ୍କ ଜୀବନ ହୋଇଯିବ ଛାରଖାର୍ !

ପିଲା ବେଳେ ଆମେ ଏକାଠି କେତେ ଖେଳୁ ଥଲେ କହିଲୁ। ସାଙ୍ଗ ହେଇଥିଲେ ଏକାଠି ରହିବାକୁ ମଧ୍ୟ ଶପଥ କରିଥିଲେ ହେଲେ ତୁ ତ ଏ ଦୁନିଆ ଛାଡ଼ି ଚାଲିଗଲୁ । ମତେ ଏକୁଟିଆ କରିଦେଲୁ । ତୋ ଛଡ଼ା ମୋର ବା ଆଉ କିଏ ଅଛି କହିଲୁ । ଆଜି ତୋର ଏ ସମାଧି ମୋ ପାଇଁ ଘର । ମୁଁ ଏଇଠି ରହୁଛି ଏଇଠି ଖାଉଛି ଆଉ ଏଇଠି ଶୋଉଛି। ମତେ ଏବେ ବି ଲାଗେ ତୁ ମୋ ପାଖରେ ଅଛୁ । ସେଇ ସମାଧି ପଛରେ ଠିଆ ହେଇ ମତେ ଦେଖୁଛୁ। ମୁଁ ଶୋଇ ପଡ଼ିଲେ ମୋ ମୁଣ୍ଡ ଆଉଁସି ଦେଉଛୁ । ଆଉ ମତେ ହସି ହସି ଡାକୁଛୁ। ମତେ ତୋ ସମାଧି ପାଖରେ ରହିଲେ କେବେ ଏକୁଟିଆ ଲାଗେନି । କାହିଁକି ନା ତୁ ସବୁବେଳେ ମୋରି ପାଖରେ ଥାଉ। ସାଙ୍ଗ ତୋ କଥା ଭାରି ମନେ ପଡୁଛି।

ସାପ ବିଷ ପିଇଲେ ହେବନି ମୃତ୍ୟୁ!

ସାପ ବିଷ ପିଇଲେ ହେବନି ମୃତ୍ୟୁ!

ହଁ ଆଜ୍ଞା କେତେବେଳେ ସାଙ୍ଗର ସମାଧି କୁ ଧୋଇ ଦେଉଛନ୍ତି ତ କେତେବେଳେ ଓଳେଇ ଦେଉଛନ୍ତି। ଆଉ ସାଙ୍ଗର ସମାଧିରେ ଉପରେ ଶୋଇ ରହୁଛନ୍ତି ।  ଆଜି କି କାଲି ନୁହେଁ ବରଂ ୩୦ ବର୍ଷ ହେଲା ସାଙ୍ଗର ସମାଧିକୁ ନିଜର ଘର କରି ଦେଇଛନ୍ତି କଟକ ସାଲେପୁର ଅଞ୍ଚଳର ପଦ୍ମନାଭ ସାହୁ । ଦୀର୍ଘ ୩୦ ବର୍ଷ ତଳେ ନିଜର ପ୍ରିୟ ସାଙ୍ଗ ପ୍ରତାପ ସିଂହ ମସ୍ତିସ୍କ ଜ୍ଵରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ।

Vitamin E-Skin Care: ଚର୍ମରେ ସମସ୍ୟା ରହିଛି କି ? ମୁହଁରେ ଲଗାନ୍ତୁ ଏହି ମିଶ୍ରଣ, ଦେଖିବେ ଚମକ !

ଆଉ ନିଜ ସାଙ୍ଗର ଶବସତ୍କାର କରିଥିଲେ ପଦ୍ମନାଭ । ସାଙ୍ଗର ମୃତ୍ୟୁକୁ ଗ୍ରହଣ କରି ପାରିନଥିଲେ ପଦ୍ମନାଭ । ଆଉ ସବୁ ଦିନ ପାଇଁ ଭାଙ୍ଗି ପଡ଼ିଥିଲେ । ଆଉ ସେବେ ଠାରୁ ସାଙ୍ଗର ସମାଧି ପାଖରେ ହିଁ ରହିଛନ୍ତି । ଖରା ବର୍ଷା ଶୀତ ଯାହାବି ହେଉ ନିଜ ସାଙ୍ଗର ସମାଧିରେ ହିଁ ସାଙ୍ଗକୁ ଜଗି ରହୁଛନ୍ତି । ସତରେ ଏମିତି ବନ୍ଧୁତ୍ୱ ବହୁତ୍ କମ୍ ଦେଖିବାକୁ ମିଳେ । ବନ୍ଧୁତ୍ବର ଏ ହେଉଛି ଏକ ବିରଳ ଉଦାହରଣ । (ରିର୍ପୋଟ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

 

Leave a Comment