ଏଠାରେ ବଜାରର ଦର ଠାରୁ ଅଧା ଦରରେ ମିଳୁଛି ଲାଇଟ୍, କିଣିବା ପାଇଁ ଲାଗୁଛି ଭିଡ

 

News18 Local

କଟକ:ଚାଲିଛି ପାର୍ବଣ ଋତୁ । ମା’ ଦୁର୍ଗା, ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେବା ପରେ ଆଗକୁ ମା’ କାଳୀଙ୍କ ଆହ୍ୱାନ ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି । ଏଥିସହିତ ଆଲୋକର ପର୍ବ ଦୀପାବଳି ପାଇଁ ବି ସହର ବଜାର ଚଳଚଞ୍ଚଳ ହୋଇ ଉଠିଲାଣି  । ବଜାରରେ ଭଳି କି ଭଳି କ୍ୟାଣ୍ଡେଲ, ଦୀପ ଓ ବାଣର ପସରା ମେଲିଲାଣି  । ଚଳିତ ବର୍ଷ ଦୀପାବଳିର ଅନ୍ଧାର ରାତିକୁ ଆଲୋକିତ କରିବା ପାଇଁ ନାନା ଭେରାଇଟର ଜିନିଷ ମାର୍କେଟକୁ ଆସିଛି  । ମନକୁ ଆକର୍ଷଣ କଲାଭଳି ରଙ୍ଗବେରଙ୍ଗର ଲିଚୁ ଲାଇଟ, ସୁନ୍ଦର ସୁନ୍ଦର ଡିଜାଇନର କ୍ୟାଣ୍ଡେଲ ଓ ଦୀପରେ ସଜେଇ ହୋଇଛି ପୂଜା ବଜାର  । ବଜାରର ମାହୋଲ ଏବେ ବେଶ ଚଳଚଞ୍ଚଳ ଥିବାବେଳେ ଦୋଳମୁଣ୍ଡାଇ ନିକଟରେ ଥିବା ବିଦୁ ଭୂଷଣ ଭାଇଙ୍କ ଦୋକାନ ଆଗରେ ଭିଡ଼ ଜମିଛି  । ଏଠି ବଜାର ଦରରୁ ବହୁ କମ ଦାମ୍-ରେ ମିଳୁଛି ଲାଇଟ୍ସ ଓ କ୍ୟାଣ୍ଡେଲସ୍‌ ।

Personality Test: ପାଦରର ଗଠନରୁ ଜାଣନ୍ତୁ ସାମ୍ନା ଲୋକଙ୍କ ବ୍ୟକ୍ତିତ୍ବ

ପୂଜା ବଜାରର ମାହୋଲ ଭିତରେ ବେଶ ଚର୍ଚ୍ଚାରେ ରହିଛି ବିଦୁ ଭୂଷଣ ଭାଇଙ୍କ ଦୋକାନ । ଦୀପାବଳି ପାଖେଇ ଆସୁଥିବା ବେଳେ ଏବେଠୁ ବେପାର ଖୁବ୍‌ ଜମୁଛି । ବାଣ, କ୍ୟାଣ୍ଡେଲ, ଦୀପ କିଣିବାକୁ ବିଦୁ ଭୂଷଣ ଭାଇଙ୍କ ଦୋକାନ ଆଗରେ ଜମିଛି ପ୍ରବଳ ଭିଡ଼ । ଆଲୋକରେ ଘର ସଜାଇବା ପାଇଁ କିଏ ଲିଚୁ ଲାଇଟ୍ସ କିଣୁଛି ତ କିଏ ଦୀପ କିଣୁଛି । ଆଉ ଧୂମଧାମ ଓ ଆଡ଼ମ୍ବର ସହ ଦୀପାବଳି ମନେଇବା ପାଇଁ କିଏ ବାଣ କିଣି ଘରକୁ ନେଉଛି । ଖାସ କଥା ହେଉଛି ବିଦୁ ଭୂଷଣ ଭାଇଙ୍କ ଗ୍ରାହକଙ୍କ ପାଇଁ ଏଠି ଅଫର ଛାଡିଛନ୍ତି । ମାର୍କେଟ ରେଟଠାରୁ ବହୁ କମ ଦାମରେ ଏଠି ଦୀପ ଓ କ୍ୟାଣ୍ଡେଲସ ଓ ଲିଚୁଲାଇଟ୍ସ ମିଳୁଛି । ଏଥିସହିତ ଘର ସଜେଇବା ପାଇଁ ଏଠି ଚାଇନା ଲାଇଟ୍ସର ପସରା ମଧ୍ୟ ମେଲିଛି ।

ଦୀପାବଳିରେ ମଦ ପିଇବା କିମ୍ବା ଜୁଆ ଖେଳିବା ଶୁଭ କି?

ଦୀପାବଳିରେ ମଦ ପିଇବା କିମ୍ବା ଜୁଆ ଖେଳିବା ଶୁଭ କି?

ଯେଉଁ ଲିଚୁଲାଇଟ୍ସ ମାର୍କେଟରେ  ୧୦୦ଟଙ୍କାରେ ମିଳୁଛି ବିଦୁ ଭୂଷଣ ଭାଇଙ୍କ ଦୋକାନରେ ତାହାର ମୂଲ୍ୟ ରହିଛି ମାତ୍ର ୫୦ ଟଙ୍କା । ତେବେ କେବଳ ଲାଇଟ୍ସ ନୁହେଁ ଦୀପ ଓ ବାଣ ଆଦିରେ ବି ରିହାତି ଛାଡ଼ୁଛନ୍ତି ବିଦୁ ଭୂଷଣ ଭାଇ । ଏପରିକି ତାଙ୍କ ଦୋକନରେ ୫ଟଙ୍କାରୁ ଆରମ୍ଭ କରି ହଜାର ଟଙ୍କା ପର୍ଯ୍ୟନ୍ତ ଦୀପାବଳୀର ନାନା ସଜବାଜ ସାମଗ୍ରୀର ଭଣ୍ଡାର ଲାଗିଛି  । ଲୋକଙ୍କ ପାଖରେ ଭଲ ଜିନିଷ ବହୁ ଶସ୍ତାରେ ପହଂଚାଇବା ପାଇଁ ସେ ଏହି ପ୍ରୟାସ କରିଛନ୍ତି  । ତେବେ ଚଳିତ ବର୍ଷ ଭଲ ଦୁଇ ପଇସା ରୋଜଗାର କରିବାର ଟାର୍ଗେଟ ରଖିଛନ୍ତି ବିଦୁ ଭୂଷଣ ଭାଇ । (ରିର୍ପୋଟ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

2 thoughts on “ଏଠାରେ ବଜାରର ଦର ଠାରୁ ଅଧା ଦରରେ ମିଳୁଛି ଲାଇଟ୍, କିଣିବା ପାଇଁ ଲାଗୁଛି ଭିଡ”

Leave a Comment