News18 Local
କଟକ:ଚାଲିଛି ପାର୍ବଣ ଋତୁ । ମା’ ଦୁର୍ଗା, ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେବା ପରେ ଆଗକୁ ମା’ କାଳୀଙ୍କ ଆହ୍ୱାନ ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି । ଏଥିସହିତ ଆଲୋକର ପର୍ବ ଦୀପାବଳି ପାଇଁ ବି ସହର ବଜାର ଚଳଚଞ୍ଚଳ ହୋଇ ଉଠିଲାଣି । ବଜାରରେ ଭଳି କି ଭଳି କ୍ୟାଣ୍ଡେଲ, ଦୀପ ଓ ବାଣର ପସରା ମେଲିଲାଣି । ଚଳିତ ବର୍ଷ ଦୀପାବଳିର ଅନ୍ଧାର ରାତିକୁ ଆଲୋକିତ କରିବା ପାଇଁ ନାନା ଭେରାଇଟର ଜିନିଷ ମାର୍କେଟକୁ ଆସିଛି । ମନକୁ ଆକର୍ଷଣ କଲାଭଳି ରଙ୍ଗବେରଙ୍ଗର ଲିଚୁ ଲାଇଟ, ସୁନ୍ଦର ସୁନ୍ଦର ଡିଜାଇନର କ୍ୟାଣ୍ଡେଲ ଓ ଦୀପରେ ସଜେଇ ହୋଇଛି ପୂଜା ବଜାର । ବଜାରର ମାହୋଲ ଏବେ ବେଶ ଚଳଚଞ୍ଚଳ ଥିବାବେଳେ ଦୋଳମୁଣ୍ଡାଇ ନିକଟରେ ଥିବା ବିଦୁ ଭୂଷଣ ଭାଇଙ୍କ ଦୋକାନ ଆଗରେ ଭିଡ଼ ଜମିଛି । ଏଠି ବଜାର ଦରରୁ ବହୁ କମ ଦାମ୍-ରେ ମିଳୁଛି ଲାଇଟ୍ସ ଓ କ୍ୟାଣ୍ଡେଲସ୍ ।
Personality Test: ପାଦରର ଗଠନରୁ ଜାଣନ୍ତୁ ସାମ୍ନା ଲୋକଙ୍କ ବ୍ୟକ୍ତିତ୍ବ
ପୂଜା ବଜାରର ମାହୋଲ ଭିତରେ ବେଶ ଚର୍ଚ୍ଚାରେ ରହିଛି ବିଦୁ ଭୂଷଣ ଭାଇଙ୍କ ଦୋକାନ । ଦୀପାବଳି ପାଖେଇ ଆସୁଥିବା ବେଳେ ଏବେଠୁ ବେପାର ଖୁବ୍ ଜମୁଛି । ବାଣ, କ୍ୟାଣ୍ଡେଲ, ଦୀପ କିଣିବାକୁ ବିଦୁ ଭୂଷଣ ଭାଇଙ୍କ ଦୋକାନ ଆଗରେ ଜମିଛି ପ୍ରବଳ ଭିଡ଼ । ଆଲୋକରେ ଘର ସଜାଇବା ପାଇଁ କିଏ ଲିଚୁ ଲାଇଟ୍ସ କିଣୁଛି ତ କିଏ ଦୀପ କିଣୁଛି । ଆଉ ଧୂମଧାମ ଓ ଆଡ଼ମ୍ବର ସହ ଦୀପାବଳି ମନେଇବା ପାଇଁ କିଏ ବାଣ କିଣି ଘରକୁ ନେଉଛି । ଖାସ କଥା ହେଉଛି ବିଦୁ ଭୂଷଣ ଭାଇଙ୍କ ଗ୍ରାହକଙ୍କ ପାଇଁ ଏଠି ଅଫର ଛାଡିଛନ୍ତି । ମାର୍କେଟ ରେଟଠାରୁ ବହୁ କମ ଦାମରେ ଏଠି ଦୀପ ଓ କ୍ୟାଣ୍ଡେଲସ ଓ ଲିଚୁଲାଇଟ୍ସ ମିଳୁଛି । ଏଥିସହିତ ଘର ସଜେଇବା ପାଇଁ ଏଠି ଚାଇନା ଲାଇଟ୍ସର ପସରା ମଧ୍ୟ ମେଲିଛି ।
ଦୀପାବଳିରେ ମଦ ପିଇବା କିମ୍ବା ଜୁଆ ଖେଳିବା ଶୁଭ କି?
ଯେଉଁ ଲିଚୁଲାଇଟ୍ସ ମାର୍କେଟରେ ୧୦୦ଟଙ୍କାରେ ମିଳୁଛି ବିଦୁ ଭୂଷଣ ଭାଇଙ୍କ ଦୋକାନରେ ତାହାର ମୂଲ୍ୟ ରହିଛି ମାତ୍ର ୫୦ ଟଙ୍କା । ତେବେ କେବଳ ଲାଇଟ୍ସ ନୁହେଁ ଦୀପ ଓ ବାଣ ଆଦିରେ ବି ରିହାତି ଛାଡ଼ୁଛନ୍ତି ବିଦୁ ଭୂଷଣ ଭାଇ । ଏପରିକି ତାଙ୍କ ଦୋକନରେ ୫ଟଙ୍କାରୁ ଆରମ୍ଭ କରି ହଜାର ଟଙ୍କା ପର୍ଯ୍ୟନ୍ତ ଦୀପାବଳୀର ନାନା ସଜବାଜ ସାମଗ୍ରୀର ଭଣ୍ଡାର ଲାଗିଛି । ଲୋକଙ୍କ ପାଖରେ ଭଲ ଜିନିଷ ବହୁ ଶସ୍ତାରେ ପହଂଚାଇବା ପାଇଁ ସେ ଏହି ପ୍ରୟାସ କରିଛନ୍ତି । ତେବେ ଚଳିତ ବର୍ଷ ଭଲ ଦୁଇ ପଇସା ରୋଜଗାର କରିବାର ଟାର୍ଗେଟ ରଖିଛନ୍ତି ବିଦୁ ଭୂଷଣ ଭାଇ । (ରିର୍ପୋଟ: ସରୋଜ ବାରିକ)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ
2 thoughts on “ଏଠାରେ ବଜାରର ଦର ଠାରୁ ଅଧା ଦରରେ ମିଳୁଛି ଲାଇଟ୍, କିଣିବା ପାଇଁ ଲାଗୁଛି ଭିଡ”
Hey! This is my 1st comment here so I just wanted to give a quick shout out and say
I really enjoy reading your articles. Can you suggest
any other blogs/websites/forums that cover the same topics?
Many thanks!
thank you ,