ଧନତେରାସରେ ଘରେ କରନ୍ତୁ ଏହି କାମ, ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ – News18 ଓଡିଆ

 

News18 Local

ଧନତେରସ ଦିନ ଯେ କୌଣସି ଗୋଟିଏ ଫଳ କିଣି ଆଣନ୍ତୁ । ଯଦି ଆପଣ ପ୍ରୟୋଗ ସମୟରେ ଏହି ଫଳ ନ ପାନ୍ତି ତାହେଲେ ପୂର୍ବରୁ କିଣି ଆଣିପାରିବେ। ଧନତେରସକୁ ଶୁକ୍ରର ହୋରାରେ ଫଳକୁ ଛୁରୀ ସାହାଯ୍ୟରେ ଚିରି କିଛି ପରିମାଣରେ ଚାନ୍ଦି ରଖିଦିଅନ୍ତୁ । ଦୀପାବଳି ଦିନ ରାତି ପୂର୍ବରୁ କୌଣସି ଜଣେ ବଣିଆକୁ ଦେଇ ନିଜ ଅନାମିକା ଆଙ୍ଗୁଠି କିମ୍ବା କଠିଷ୍ଠିକା ଆଙ୍ଗୁଠି ମାପର ମୁଦି ତିଆରି କରନ୍ତୁ । ଏହାକୁ କଞ୍ଚା କ୍ଷୀର ସହ ଗଙ୍ଗା ଜଳ ଦ୍ବାରା ଧୋଇ ଦୀପାବଳି ଦିନ କରାଯାଉଥ‌ିବା ପୂଜାରେ ରଖି ଦିଅନ୍ତୁ । ଲକ୍ଷ୍ମୀ-ଗଣେଶଙ୍କର ପୂଜା ସହିତ ଏହି ମୁଦିକୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରନ୍ତୁ । ଏହାକୁ ଧୂପ-ଦୀପ ଦ୍ବାରା ସେହି ସମୟରେ ଧାରଣ କରନ୍ତୁ । ଏହାପରେ ପ୍ରତ୍ୟେକ ପୂର୍ଣିମା ଦିନ ଏହାକୁ ଗଙ୍ଗାଜଳ, ତୁଳସୀ ତଥା ଦୁଧ ମିଶ୍ରିତ ଜଳ ଦ୍ଵାରା ଧୋଇ ଧାରଣ କରନ୍ତୁ ।

କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଦିନ କିଛି ମାତ୍ରାରେ ନାଗ କେଶର, ଗୋଟିଏ ତମ୍ବା ପଇସା, ଗୋଟିଏ ହଳଦୀର ଭାଙ୍ଗିଯାଇଥିବା ଗଣ୍ଠି, ମୁଠାଏ ଲୁଣ, ମୁଠାଏ ବଡ଼ ହରଡ଼, ମୁଠାଏ ଗହମର ଦାନା, ଚାନ୍ଦି କିମ୍ବା ତମ୍ବାର ଏକ ଯୋଡ଼ା ଛୋଟ ପାଦୁକା ସଂଗ୍ରହ କରନ୍ତୁ । ଏହି ସମସ୍ତ ସାମଗ୍ରୀକୁ ଗୋଟିଏ ହଳଦିଆ କପଡ଼ାରେ ବାନ୍ଧି ଦିଅନ୍ତୁ । ବୁଧର ହୋରା ସମୟରେ ଏହି କପଡ଼ାକୁ ଆପଣଙ୍କ ରୋଷେଇ ଘରର କୌଣସି ଗୋଟିଏ ସ୍ଥାନରେ ଟାଙ୍ଗି ଦିଅନ୍ତୁ । ଯେଉଁଠାରେ କୌଣସି ଅଜ୍ଞାତ ବ୍ୟକ୍ତିଙ୍କର ଦୃଷ୍ଟି ନ ଥିବ l

ତୃତୀୟ ଦିନ ପଡ଼ୁଥୁବା ଦୀପାବଳୀର ରାତ୍ରିରେ ଲକ୍ଷ୍ମୀଙ୍କର ପୂଜା କରିବା ପରେ ରୋଷେଇ ଘରେ ଟଙ୍ଗାଯାଇଥବା ସେହି କପଡ଼ା ଉପରେ ଗୋଟିଏ ବୃନ୍ଦା ହଳଦୀ ପକାଇ ‘ଓଁ ସ୍ତ୍ରୀ କାଂ ଚାମୁଣ୍ଡାୟ ବିଜେ? ମନ୍ତ୍ରର ଉଚ୍ଚାରଣ କରି ଗୋଟିଏ ମାଳା ଜପ କରନ୍ତୁ । ଏହାପରେ ପ୍ରତିଦିନ ସଂଧ୍ୟାରେ ଟଙ୍ଗାଯାଇଥିବା କପଡ଼ାକୁ ଧୂପ-ଦୀପ ଦେଇ ଯଥାଶକ୍ତି ଶ୍ରଦ୍ଧା ସହକାରେ ପୂଜାର୍ଚ୍ଚନା କରନ୍ତୁ । ଆସନ୍ତାବର୍ଷ ଧନତେରସ ଦିନ ଏହି କପଡ଼ା ସହିତ ସମସ୍ତ ବସ୍ତୁକୁ ବଦଳାଇ ଉପରୋକ୍ତ ବିଧି ଅନୁସାରେ ପୂଜାର୍ଚ୍ଚନା କରନ୍ତୁ l

ପଢନ୍ତୁ:
Health Tips: ଅଧିକ ଲୁଣ ଖାଉଛନ୍ତି କି? ସାବଧାନ! ପାଖ ଛାଡିବନି ଏହି ସବୁ ସାଂଘାତିକ ରୋଗ

ଦୀପାବଳୀର ପୂର୍ବରୁ ଧନିଆରସକୁ ଯେକୌଣସି ସମୟରେ କିଛି ପତ୍ର ସହିତ ନାଗକେସର ଆଣନ୍ତୁ । ସେହିଦିନ ଚାନ୍ଦିର ଗୋଟିଏ ଛୋଟ ଡିବା ଆଣନ୍ତୁ । ଧନିଆରସକୁ ଅଧିକାଂଶ ହିନ୍ଦୁ ପରିବାରର ସଦସ୍ୟମାନେ ନୂଆବର୍ଷ ଦିନ ଅବଶ୍ୟ କିଣୁଥିବେ । ସେମାନଙ୍କ ସ୍ଥାନରେ ଆପଣ ଚାନ୍ଦିର ଡବା କିଣି ଆଣିବେ । ଏହା ଆପଣଙ୍କ ନିଜର ସାମର୍ଥ୍ୟ ଉପରେ ନିର୍ଭର କରେ । ଏହି ପ୍ରୟୋଗ ପାଇଁ ଚାହିଁ ଗୋଟିଏ ଡବା ଆବଶ୍ୟକ ଅଟେ । ଯେଉଁମାନେ ବାସନ କିଣୁଛନ୍ତି ସେମାନଙ୍କ ଗୋଟିଏ ବିଷୟ ପ୍ରତି ସଚେତନ କରୁଛି । ଏହି ବାସନମାନ କିଣିବା ସମୟରେ ଏହାକୁ ଖାଲି ଘରକୁ ଆଣନ୍ତୁ ନାହିଁ । ଏହା ମଧ୍ୟରେ ଫୁଲ, ଫଳ କିମ୍ବା ମିଠେଇ ଭଉଁ କରିଆଣନ୍ତୁ । ଘରକୁ ଫେରି ସେଗୁଡ଼ିକୁ ଖାଲି କରି ଦିଅନ୍ତୁ ଏବଂ ତାହା ମଧ୍ୟରେ ଅନ୍ୟ କୌଣସି ଶସ୍ୟ କିମ୍ବା କୌଣସି ଗୃହ ସାମଗ୍ରୀ ରଖି ଦିଅନ୍ତୁ ଏବଂ ଏହାକୁ ପୂଜା କରନ୍ତୁ । ବାସନ ଉପରେ ଗୋଟିଏ ଚାଉଳର ସ୍ୱସ୍ତିକ କରନ୍ତୁ । ଦୀପାବଳୀ ଦିନ ରାତ୍ରିରେ ସେହି ବାସନକୁ ନିଜ ବିଧନୁସାରେ ପୂଜା କରନ୍ତୁ ।

ପଢନ୍ତୁ:
Sri Mandir: କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂ, ASI ଟିମ୍ ପ୍ରସ୍ତୁତ

ଯଦି କୌଣସି ବ୍ୟକ୍ତିଙ୍କର ଏହା କ୍ରୟ କରିବାର ସାମର୍ଥ୍ୟ ନଥାଏ ତାହା ହେଲେ ସେ ଚାନ୍ଦିର ଗୋଟିଏ ଛୋଟ ଖଣ୍ଡ ମଧ୍ଯ କିଣି ପାରିବେ । ଯଦି ଏହା ସମ୍ଭବ ହୋଇ ନପାରେ ତାହାହେଲେ ଘରର କୌଣସି ପୁରୁଣା ଚାନ୍ଦିର ଗହଣା ମଧ୍ୟ ବ୍ୟବହାର କରିପାରିବେ । ପ୍ରୟୋଗ ପୂର୍ବରୁ ଏହାକୁ ଭଲ ଭାବରେ ଘସି ଚମକାଇ ଦିଅନ୍ତୁ । ଦୀପାବଳୀ ରାତି ପୂର୍ବରୁ ଏହି ତିନୋଟି ବସ୍ତୁକୁ ଲକ୍ଷ୍ମୀଙ୍କର ସ୍ବରୂପ ଭାବେ ବିବେଚନା କରି ଶ୍ରଦ୍ଧା ପୂର୍ବକ ପୂଜାର୍ଚନା କରନ୍ତୁ । ଏହାପରେ ପତ୍ର ତଥା ନାଗକେସର ଡିବା ମଧ୍ୟରେ ବନ୍ଦ କରି ଘର କିମ୍ବା ଦୋକାନରେ କୌଣସି ଆଲମାରୀ କିମ୍ବା ପଇସା ରଖୁବା ସ୍ଥାନରେ ରଖି ଦିଅନ୍ତୁ । ଆସନ୍ତା ବର୍ଷ ହେବାକୁ ଥିବା ଏହାକୁ ଭୁଲି ଯାଆନ୍ତୁ । ଚାନ୍ଦି ଘରର ଅନ୍ୟ କୌଣସି କାର୍ଯ୍ୟ ପାଇଁ ଆଣି ପାରନ୍ତୁ । ଏ ଯଦି ସେହି ଚାନ୍ଦିରେ ମୁଦି କିମ୍ବା ଅନ୍ୟ କୌଣସି ଦ୍ରବ୍ୟ କରିବା ପାଇଁ ଚାହିଁଲେ ମଧ୍ୟ କରିପାରିବେ । ଯଦି ଆପଣ ଚାନ୍ଦିର ଛୋଟ ଟୁକୁଡ଼ା ଖଣ୍ଡେ ନେଇଥାନ୍ତି ତାହାହେଲେ ଗୋଟିଏ ଲାଲ୍ କପଡ଼ାରେ ଗୁଡ଼ାଇ ତାକୁ ରଖି ଦିଅନ୍ତୁ ।

ଦୀପାବଳିରେ ମଦ ପିଇବା କିମ୍ବା ଜୁଆ ଖେଳିବା ଶୁଭ କି?

ଦୀପାବଳିରେ ମଦ ପିଇବା କିମ୍ବା ଜୁଆ ଖେଳିବା ଶୁଭ କି?

ପଢନ୍ତୁ:
Vastu Tips: ଘରେ କରନ୍ତୁ ଏହି ପ୍ରତିକାର, କେବେ ରହିବନି ଟଙ୍କା ପଇସା ଓ ସୁଖର ଅଭାବ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Leave a Comment