ପୂଜା ପାଇଁ ଘର ସଜେଇବାକୁ ଚାହୁଁଛନ୍ତି, ଶସ୍ତାରେ କିଣି ନିଅନ୍ତୁ … – News18 ଓଡିଆ

ସମ୍ବନ୍ଧିତ ଖବର

News18 Local

କଟକ: ଆସିଲାଣି କାଲି ପୂଜା । ଏଥିସହିତ ଘର ବଜାର ମଧ୍ୟ ସଜେଇ ହେଲାଣି । କିଏ ନିିଜ ଘରକୁ ଆଲୋକରେ ସଜାଉଛି ତ କିଏ ତୋରଣରେ ସଜାଉଛି l ବଜାର ଘାଟ ଆଲୋକର ପର୍ବ ଦୀପାବଳି ପାଇଁ ସହର ବଜାର ଚଳଚଞ୍ଚଳ ହୋଇ ଉଠିଲାଣି । ମନକୁ ଆକର୍ଷଣ କଲାଭଳି ରଙ୍ଗବେରଙ୍ଗର ତୋରଣ ମଧ୍ୟ ଏବେ ଦେଖିବାକୁ ମିଳୁଛି। ସୁନ୍ଦର ସୁନ୍ଦର ଡିଜାଇନର ସାମଗ୍ରୀରେ ସଜେଇ ହୋଇଛି ପୂଜା ବଜାର । ବଜାରର ମାହୋଲ ଏବେ ବେଶ ଚଳଚଞ୍ଚଳ ଥିବା ବେଳେ ଦୋଳମୁଣ୍ଡାଇ ନିକଟରେ ଥିବା ଜ୍ୟୋତି ଭାଇଙ୍କ ଦୋକାନ ଆଗରେ ଜମିଛି ଭିଡ଼।

Vastu Tips: ଏହି ପତ୍ର କରିବ ଆର୍ଥିକ ସମସ୍ୟା ଦୂର, ପର୍ସରେ ରଖିଲେ ଭର୍ତ୍ତି ହୋଇଯିବ ଟଙ୍କା !

ଏଠି ବଜାର ରେଟ ଠାରୁ ବହୁ କମ ଦାମ୍ ମିଳୁଛି  ଘର ସାଜ ସଜା । ପୂଜା ବଜାରରେ ଏହି ମାହୋଲ ସବୁ ବେଳେ ଲାଗି ରୁହେ । ଦୀପାବଳି ପାଖେଇ ଆସୁଥିବା ବେଳେ ଏବେଠୁ ବେପାର ମଧ୍ୟ ଖୁବ୍‌ ଜମୁଛି । ବିଭିନ୍ନ ପ୍ରକାର ଘର ସାଜ ସଜା କିଣିବାକୁ ଜ୍ୟୋତି ଭାଇଙ୍କ ଦୋକାନକୁ ଲୋକଙ୍କ ସୁଅ ଛୁଟୁଛି । ଏହା ସହିତ ଛୋଟ ବେପାର କରୁଥିବା ଲୋକ ମଧ୍ୟ ଏଠାକୁ ଆସୁଛନ୍ତି ।

ଥିଲେ ଏମିତି ମୋଗଲ ସମ୍ରାଟ, ଯିଏ ଗାଈଙ୍କୁ କରୁଥିଲେ ସଲାମ୍

ଥିଲେ ଏମିତି ମୋଗଲ ସମ୍ରାଟ, ଯିଏ ଗାଈଙ୍କୁ କରୁଥିଲେ ସଲାମ୍

ପ୍ଲାଷ୍ଟିକର ଫୁଏ ସହିତ ଟୋପି, ମାଳ ଅନେକ କିଛି ସାମଗ୍ରୀ ଏହି ଦୋକାନରେ ମିଳୁଛି ।  ଖାସ କଥା ହେଉଛି  ଗ୍ରାହକଙ୍କ ପାଇଁ ଏଠାରେ ସ୍ପେଶାଲ ଅଫର  ମଧ୍ୟ ରହିଛି । ମାର୍କେଟ ରେଟ୍ ଠାରୁ ବହୁ କମ୍ ଦାମରେ ଏଠି ଘର ସଜା ଜିନିଷ ମିଳୁଛି । ଯେଉଁ ଘର ସଜା ଜିନିଷ ମାର୍କେଟରେ ୫୦୦ ଟଙ୍କାରେ ଏଠାରେ ମାତ୍ର ୧୦୦ ଟଙ୍କାରେ ମିଳୁଛି । ଏପରିକି ତାଙ୍କ ଦୋକନରେ ୧୦ ଟଙ୍କାରୁ ଆରମ୍ଭ କରି  ୧ହଜାର ଟଙ୍କା ପର୍ଯ୍ୟନ୍ତ ନାନା ସଜବାଜ ସାମଗ୍ରୀର ଭଣ୍ଡାର ଲାଗିଛି  । ଲୋକଙ୍କ ପାଖରେ ଭଲ ଜିନିଷ ବହୁ ଶସ୍ତାରେ ପହଞ୍ଚାଇବା ପାଇଁ ସେ ଏହି ପ୍ରୟାସ କରିଛନ୍ତି  । (ରିର୍ପୋଟ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Leave a Comment