ଦହିବରା ଥାଳିରୁ ଗାଏବ ପିଆଜ, ଦର ବୃଦ୍ଧି ପାଇଁ ଆଉ ଛୁଇଁ ହେଉ ନାହିଁ

News18 Local

କଟକ: ବାଜାରରେ ବଢି ଚାଲିଛି ପିଆଜ ଦର । ପିଆଜର ଯେଉଁ ଦାମ୍ ରହିଛି ତାକୁ ଛୁଇଁବାକୁ ବି ଡର ଲାଗିଲାଣି। କିଛି ଦିନ ତଳେ ପିଆଜ କିଲୋ ପିଛା ୨୦ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଛୁଇଁଛି । ପିଆଜର ଏହି ଦରବୃଦ୍ଧି ଗ୍ରାହକଙ୍କ ପେଟ ପାଟଣାକୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଅନେକଙ୍କ ରୋଷେଇ ଘରର ପରିବା ଡାଲାରୁ ଗାଏବ ହୋଇଗଲାଣି ନାଲି ନାଲି ପିଆଜ ।

Success Story: ଝାଡ଼ୁ ତିଆରି କରି ସ୍ବାବଲମ୍ବୀ ଓ ସଫଳ ହେଲେ ମହିଳା

୮୦ଟଙ୍କା ଦେଇ କିଲେ ପିଆଜ ନେବା ଅପେକ୍ଷା ବିନା ପିଆଜରେ ରୋଷେଇ କରି ଖାଇବାକୁ ଲୋକେ ବେଶ ପସନ୍ଦ କରୁଛନ୍ତି। ଗରିବ ଖଟିଖିଆଙ୍କଠାରୁ ଆରମ୍ଭ କରି ବଡବଡ ଲୋକଙ୍କୁ ବି କନ୍ଦାଉଛି ପିଆଜ । ଖାଲି ଯେ ଆମ ରୋଷେଇ ଘରୁ ପିଆଜ ଗାଏବ ହୋଇଯାଇଛି ତାହା ନୁହେଁ, ବଜାରରେ ମିଳୁଥିବା ଦହିବରା, ଗୁପଚୁପ ଭଳି ବହୁ ଚଟପଟା ଖାଦ୍ୟରୁ ବି ଗାଏବ ହୋଇଯାଇଛି ପିଆଜ । ସେହପରି ଚାଉମିନ୍ ଓ ରୋଲ ଭଳି ବହୁ ଫାଷ୍ଟଫୁଡ ପ୍ଲେଟରୁ ବି ଅଦୃଶ୍ୟ ହୋଇଗଲାଣି ପିଆଜ ।

Vastu Tips: ଏହି ପତ୍ର କରିବ ଆର୍ଥିକ ସମସ୍ୟା ଦୂର, ପର୍ସରେ ରଖିଲେ ଭର୍ତ୍ତି ହୋଇଯିବ ଟଙ୍କା !

ଏହିସବୁ ଚଟପଟା ଖାଦ୍ୟ ବିକ୍ରି କରୁଥିବା ଛୋଟ ବେପାରୀଙ୍କ ପକେଟ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି ପିଆଜର ଦର ବୃଦ୍ଧି। ବଜାରରୁ ଏତେ ଦାମ ଦେଇ ପିଆଜ କିଣି ଲୋକଙ୍କୁ ପରଷିବାକୁ ଡରୁଛନ୍ତି ଫାଷ୍ଟଫୁଡ ଦୋକାନର ମାଲିକ। ଯେଉଁ ପିଆଜ ଦି’ଟା ଉପରେ ଛିଞ୍ଚି ଦହିବରା ବେପାରୀ ଗ୍ରାହକଙ୍କୁ ଖୁସି କରି ଦୁଇ ପଇସା ରୋଜଗାର କରିପାରୁଥିଲା, ସେଇ ବେପାରୀକୁ ଆଜି ଘାଟାରେ ପଡିଯିବାର ଚିନ୍ତା ସତାଉଛି ।

ଖାଲି ପିଆଜ ନୁହେଁ ପିଆଜ ଚୋପାରେ ଅଛି ଅନେକ ଲାଭଦାୟକ ଗୁଣ

ଖାଲି ପିଆଜ ନୁହେଁ ପିଆଜ ଚୋପାରେ ଅଛି ଅନେକ ଲାଭଦାୟକ ଗୁଣ

ସେ ମାପିଚୁପି ଗ୍ରାହକଙ୍କ ପାଇଁ ଦହିବରା ପ୍ଲେଟ ସଜାଉଛି । ଯେଉଁଥିରେ ନା ପିଆଜର ସ୍ବାଦ ମିଳୁଛି ନା ପିଆଜର ଚିହ୍ନବର୍ଣ୍ଣ । କହିବାକୁ ଗଲେ ଫାଷ୍ଟଫୁଡ ପ୍ଲେଟ, ଦହିବରା ଓ ଗୁପଚୁପ ପ୍ଲେଟରେ ପିଆଜର ସ୍ବାଦ ନେବା ଏବେ ସାତସପନ ପାଲଟିଛି । ( କଟକ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Leave a Comment