ପାଟିରୁ ଛାଡୁନି ମନୁ ଭାଇଙ୍କ ଚା’; ଗୁଆ ଘିଅ ଚା’ ପାଇଁ ଦୋକାନରେ ଲୋକ ଖଚାଖଚ ଭିଡ଼

News18 Odia Digital

ସଭିଁଙ୍କ ମନ ଜିଣିଛି ଗୁଆ ଘିଅ ଚା’ । ଶୀତୁଆ ସକାଳର ଭିଜାଭିଜା କାକରରେ କପେ ଚା’ରେ ମନ ପ୍ରଫୁଲ୍ଲିତ ହୋଇଉଠୁଛି । ପାଟିରେ ଚା’ର ସ୍ୱାଦ ବାଜିଲେ ମନ ଭରି ଯାଉଛି, ଆଉ ମହକ ଏପରି ଯେ ବାସ୍ନାରେ ଦିନ ମହକି ଉଠୁଛି । ମୁନୁ ଭାଇଙ୍କ ଏହି ଗୁଆ ଘିଅ ଚା’ ପୁରା କଟକରେ ଛାଇଯାଇଛି । ଖାଲି କଟକ ନୁହେଁ ପୁରା ଓଡ଼ିଶାରେ ମୁନୁ ଭାଇଙ୍କ ଚା’ର ବେଶ ଚର୍ଚ୍ଚା ହୋଇଥାଏ । ତାଙ୍କ ହାତର ଚା ପିଇବା ପାଇଁ ଦୂରଦୂରରୁ ଲୋକେ ଦୌଡ଼ି ଆସି ଚା’ର ଚୁସ୍କି ନେଇଥାନ୍ତି ।

ଲୋକଙ୍କୁ କିମିଆ କରିଛି ଗୁଆ ଘିଅ ଚା’ । ପୁରା କଟକରେ ଗୁଆ ଘିଅ ଚା’ର ବେଶ ଚାହିଦା ରହିଛି । ସେଠାକର ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ପଥିକଙ୍କୁ ଦିୱାନା କରିଛି ମୁନୁ ଭାଇଙ୍କ ଏହି ସ୍ପେସିଆଲ ଚା’ । ମୁନୁ ଭାଇଙ୍କ ହାତର କପେ ଚା’ ଶରୀର କ୍ଲାନ୍ତ ଦୂର କରିବା ସହ ମନକୁ ପ୍ରଫୁଲ୍ଲିତ କରେ । ଏକ ନିଆରା କଥା ହେଉଛି ଏଠି ଏକ ବଡ ଚୁଲିରେ କାଠ ଜାଳି ଏକ ବଡ ହଣ୍ଡାରେ ଚା ତିଆରି କରାଯାଏ । ପୁରୁଣା ଅମଳରେ ଯେମିତି କାଠ ଚୁଲିରେ ଖାଦ୍ୟ ପ୍ରସ୍ତୁତି କରାଯାଉଥିଲା, ଏଠି ବି ମୁନୁ ଭାଇ ବଡ ହଣ୍ଡା ବସାଇ ପୁରା ଦେଶୀ ଷ୍ଟାଇଲରେ ଶ୍ରଦ୍ଧାର ସହ ଚା’ ତିଆରି କରନ୍ତି । ଏକ ନିଆରା ଢଙ୍ଗରେ ଏକ ସ୍ପେସିଆଲ ଚା’ପତି ବ୍ୟବହାର କରି ମୁନୁ ଭାଇ ପ୍ରସ୍ତୁତ କରନ୍ତି ଗୁଆ ଘିଅ ଚା । ଆଉ ଏହି ଚା’ର ସ୍ବାଦକୁ ଦୁଇଗୁଣ କରେ ଗୁଆ ଘିଅ । ତେବେ ମୁନୁ ଭାଇଙ୍କ ଏହି ଦୋକାନରେ ତିନି ପ୍ରକାରର ଚା’ମିଳେ ।

‘କେଶ କାଟିଲେ, …..କାଟ’; ମହିଳାଙ୍କୁ ନାହିଁ ସେଭିଂ କରିବାର ଅନୁମତି!

‘କେଶ କାଟିଲେ, …..କାଟ’; ମହିଳାଙ୍କୁ ନାହିଁ ସେଭିଂ କରିବାର ଅନୁମତି!

ସ୍ପେସିଆଲ ମଲାଈ ଚା’ ୩୦ଟଙ୍କାରେ ମିଳୁଥିବାବେଳେ, ୨୦ଟଙ୍କାରେ ମିଳେ ମଟକା ଚା’ । ସେହିପରି ୧୫ଟଙ୍କାରେ ମିଳେ ପେପେର କପ ଚା’ । ସବୁ ଚା’ର ଅଲଗା ଅଲଗା ଗୁଣ ଥିବାବେଳେ ୩୦ ଟଙ୍କିଆ ସ୍ପେସିଆଲ ଚା’କୁ ଲୋକେ ଅଧିକ ପସନ୍ଦ କରନ୍ତି  । ଆଉ ଏହି ସ୍ପେସିଆଲ ଚା’ ପାଇଁ ସେ ଏବେ ସାରା ଓଡିଶାରେ ଜଣାଶୁଣା । କହିବାକୁ ଗଲେ ମୁନୁ ଭାଇଙ୍କ ହାତ ତିଆରି ଚା’ର ସାରା ଓଡ଼ିଶାର ନିଆରା ।

ପୁରା କଟକରେ ଗୁଆ ଘିଅ ଚା ଲୋକଙ୍କ ମନରେ ଏକ ନିଆରା ସ୍ୱାଦ ଛାଡି ପାରିଛି । ଆଉ ମୁନୁ ଭାଇ ଲୋକଙ୍କୁ ଚା’ ପିଆଇ ସଭିଙ୍କ ମନ ଜିଣିବା ସହ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Leave a Comment