ଟ୍ରାକ୍ଟର ଧକ୍କାରେ ଦୁଇ ଛାତ୍ର ମୃତ

ବଲଙ୍ଗା ,୨୫/୭(ନି.ପ୍ର): ବଲଙ୍ଗା ଥାନା ଅନ୍ତର୍ଗତ ଅରେଇସାହି ଗ୍ରାମ ମୁଣ୍ଡରେ ଗୁରୁବାର ସନ୍ଧ୍ୟାରେ ଟ୍ରାକଟର ସହ ବାଇକ ଧକ୍କା ହେବାରୁ ଦୁଇ ନାବାଳକ ଛାତ୍ରଙ୍କ ମୃତୁ ହୋଇଥିଲାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି |  ଦୁଇ ମୃତ ଛାତ୍ର ଗଢଚାନ୍ଦପୁର ଉତ୍ତରଗଡ ସାହିର ଅରକ୍ଷିତ ପରିଡାଙ୍କ ନାତି ସୁବ୍ରତ ପରିଡା   (୯) ଓ ଜଳନ୍ଧର ପରିଡାଙ୍କ ନାତି ଆୟୁଷ୍ମାନ ପରିଡା (୮) ବୋଲି ଜଣା ପଡିଛି |  ଟୁଲୁ ପରିଡା ଗୁରୁତର ଅବସ୍ତାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି |  ଘଟନା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତି ପୁରଣ ଦାବି ରେ ଘଟନା ସ୍ତଳରେ ରାସ୍ତା ଅବରୋଧ କରିଛନ୍ତି |  ଦୁର୍ଘଟଣା ଘଟାଇ ଟ୍ରାକଟର୍ ଚାଳକ ଫେରାର ହୋଇଯାଇଛି |  ବଲଙ୍ଗା ପୋଲିସ ଘଟନା ସ୍ତଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରି ଥାନା କୁ ଆଣି ତଦନ୍ତ ଜାରି ରଖିଛି |  ଆୟୁଷ୍ମାନ ଓ ସୁବ୍ରତ ଶିଶୁମନ୍ଦିର ଛାତ୍ର ଏବଂ ସେମାନେ ବଲଙ୍ଗା ରେ ଟ୍ୟୁସନ ହେଉଥିଲେ |  ଆୟୁଷ୍ମାନଙ୍କ ଦାଦା ଟୁଲୁ ସେମାନଙ୍କୁ ମୋଟୋରସାଇକେଲରେ ବସେଇ ଘରକୁ ଫେରୁଥିବା ବେଳେ ଅରେଇସାହି ଗାଁମୁଣ୍ଡରେ ସମ୍ମୁଖରେ ଆସୁଥିବା ଏକ ଟ୍ରାକଟର ଡ଼ାଲାରେ ଗଡିଟି ଲାଗିଯାଇଥିଲା |  ଫଳରେ ସେମାନେ ତଳେ ପଡିଯିବା ସମୟରେ ଟ୍ରାକ୍ଟର ଚକା ସମସ୍ତଙ୍କ ଉପରେ ଚଢିଯାଇଥିଲା |  ସ୍ତାନୀୟ ଲୋକେ ଆୟୁଷ୍ମାନ ଓ ସୁବ୍ରତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରି ଥିଲେ |  ଟୁଲୁଙ୍କୁ ନିମାପଡା ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି |  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |

Leave a Comment