ସିଏମକିସାନ ଯୋଜନା ସହାୟତା ଖୁବଶୀଘ୍ର

ଭୁବନେଶ୍ଵର , ୨୮|୮ (ବ୍ୟୁରୋ): ଖୁବ ଶୀଘ୍ର ଆରମ୍ଭ ହେବ ସିଏମକିସାନ ଯୋଜନା |  କୃଷକଙ୍କୁ ଶଶକ୍ତ କରିବା ପାଇଁ ସିଏମକିସାନ ଯୋଜନାରେ କ୍ଷୁଦ୍ର ଓ ନାମପାତ୍ର  ଚାଷୀ ଏବଂ ଭୂମିହୀନ କୃଷକଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ | କ୍ଷୁଦ୍ର ଓ ନାମପାତ୍ର ଚାଷୀଙ୍କୁ ବର୍ଷକୁ ୨ଟି କିସ୍ତିରେ ୨୦୦୦ ଲେଖାଁଏ ଟଙ୍କା ସହାୟତା ମିଳିବ |  ସେହିପରି ଭୂମିହିନ ଚାଷୀ ପରିବାରଙ୍କୁ ୩୦୦୦ ଲେଖାଁଏ ଟଙ୍କା ପ୍ରଦାନ କରାଯିବ |  ତିନିଟି କିସ୍ତିରେ ଜଣେ ଭୂମିହିନ ପରିବାରଙ୍କୁ ୧୨,୫୦୦ ଟଙ୍କା ସହାୟତା ମିଳିବ ବୋଲି ସରକାର ନିଷ୍ପତି ନେଇଛନ୍ତି |  ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇ ଛନ୍ତି |  ଯୋଗ୍ୟତା ଥାଇ ପିଏମକିଶାନ ଯୋଜନାରୁ ବାଦ୍ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ | ନୂଆ ସାମିଲ ପାଇଁ ସିଏମକିସାନ ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଆବେଦନ କରିହେବ ବୋଲି କୃଷିମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି |  ବାଲେଶ୍ଵର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ରାକ୍ଷୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ପିଏମକିସାନ ସମ୍ମାନନିଧି ଯୋଜନାରେ ସାମିଲ କରିବାକୁ ସରକାର ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି |

Leave a Comment