‘୧୭’ରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତି

ପୁରୀ,୨୪|୮ (ନି.ପ୍ର) :  ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଆଗାମୀ ସେପ୍ଟେମ୍ବର ୧୭ ରେ ପ୍ରଦାନ କରାଯିବ |  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି |  ସେ କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିବେ |  ପ୍ରାୟ ୧ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ| ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳା ସୁଭଦ୍ରା ଯୋଜନା ପାଇବାକୁ ଯୋଗ୍ୟ ହେବେ ବୋଲି ସିଏ କହିଛନ୍ତି |  ରାକ୍ଷୀ ପୁର୍ଣିମା ଏବଂ ଆନ୍ତର୍ଜାତିକ ମହିଳା ଦିବସରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଅର୍ଥ ଦେବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଘୋଷଣା କରିଥିଲେ ; ତେବେ ରାକ୍ଷୀ ପୂର୍ଣିମା ଗତ ୧୯ ତାରିଖରେ ଶେଷ ହୋଇସାରିଥିବାରୁ ଆଗମୀ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି ପ୍ରଭାତୀ କହିଛନ୍ତି |

Leave a Comment