ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ

କଟକ, ୧୪|୮ (ନି.ପ୍ର) : ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ସୁଭଦ୍ରା ଯୋଜନା ନିମିତ୍ତ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି |  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଅଧ୍ୟକ୍ଷତା କରିଥିଲେ |  ସୁଭଦ୍ରା ଯୋଜନା କାର୍ଜ୍ୟ ନିମନ୍ତେ ବିଭିନ୍ନ ବର୍ଗର ମହିଳା ଅନୁଷ୍ଠାନ ବିଶେଷ କରି ସ୍ବୟଂ ସହାୟକ ଗୋଷ୍ଠୀ , ମିଶନ ଶକ୍ତି ମହିଳା ମାନଙ୍କର ମତାମତ ନିଆଯାଉଛି |  ଏହି ଯୋଜନା ମାଧ୍ୟମରେ ସରକାର ମହିଳା ମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରାଇବା ସହିତ ସମାଜର ମୁଲ୍ୟବାନ ସଦସ୍ୟରୂପେ ସେମାନଙ୍କର ଭୂମିକାକୁ ପ୍ରୋଶଚ୍ଚାହନ କରାଇବେ |  ଏଥିସହ ମହିଳା ମାନଙ୍କର ଏକାଧିକ ଦିଗର ଉନ୍ନତି କରିବାର ଯୋଜନା ରଖି ସେମାନଙ୍କୁ ବୃତ୍ତିଗତ ଓ ବ୍ୟକ୍ତିଗତ ସଫଳ କରାଇବାର ଲକ୍ଷ ରଖିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ |  କେଉଁ ଆଧାରରେ କେଉଁ ମାନଙ୍କୁ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ବିବେଚିତ କରାଯିବ ସେହି ପ୍ରସଙ୍ଗରେ ପ୍ରଶାସନ ପକ୍ଷରୁ ପରାମର୍ଶ ନିଆ ଯାଇଥିଲା |  ବୈଠକରେ ବିଧାୟକ ସାରଦା ପ୍ରସନ୍ନ ପ୍ରଧାନ , ପ୍ରକାଶ ଚନ୍ଦ୍ର ସେଠୀ ,ବିଜୟଦଳ ବେହେରା ଓ ବିଧାୟିକା ଇଂ ସୋଫିଆ ଫିର୍ଦୋସ ପ୍ରମୁଖ ଉପସ୍ଥିତ ରହି ପରାମର୍ଶ ସ୍ଵରୂପ ବୈଠକରେ ଆଲୋଚନା କରିଥିଲେ |  ଅବିବାହିତ , ନିରୂପାୟ , ନିର୍ଯାତିତ ମହିଳା ମାନଙ୍କ କଥାକୁ ବିଚାରକୁ ନେଇ ହିତାଧିକାରୀ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ନେଇ ଗୁରୁତ୍ବ ପ୍ରକାଶ ପାଇଥିଲା |  ଏଥିସହ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ଦ୍ଵାରା ଚାଲୁରହିଥିବା ଯୋଜନା ଗୁଡିକର ଆଗାମୀ ଦିନରେ ସଫଳ ରୂପାୟନ ଓ କାର୍ଜ୍ୟ କାରିତା ତଥା ସେମାନଙ୍କୁ ଅଧିକ ସ୍ଵାବଲମ୍ବୀ କରାଯିବା ସମ୍ପର୍କରେ ମଧ୍ୟ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା | ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ . ଦିବ୍ୟଲୋଚନ ମାହନ୍ତ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟ , ଜିଲ୍ଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ , ଲୋକସଭା ସାଂସଦଙ୍କ ପ୍ରତିନିଧି ପ୍ରତିଭା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ |  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ପରିଡା ଧନ୍ୟବାଦ ଦେଇଥିଲେ |

Leave a Comment