ବିଧାୟକ ଅରୁଣ ସାହୁଙ୍କୁ ନୋଟିସ

କଟକ , ୬|୮ ।(ବି.ପ୍ର): ନୟାଗଡ ବିଧାୟକ ଅରୁଣ ସାହୁଙ୍କୁ ଉଚ୍ଚନ୍ୟାୟାଳୟ ନୋଟିସ କରିଛନ୍ତି |  ସତ୍ୟ ପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କ ସଭ୍ୟପଦ ରଦ୍ଧପାଇଁ ପରାଜିତ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ଵରୀ ନ୍ୟାୟଳୟଙ୍କ ଦ୍ଵାରସ୍ତ ହୋଇଥିଲେ |  ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ଆବେଦନକୁ ଗ୍ରହଣ କରି ଜବାବ ଦାଖଲ ଲାଗି ବିଧାୟକ ଶ୍ରୀ ସାହୁଙ୍କୁ ନୋଟିସ ଯାରି କରିଛନ୍ତି | ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ କୁ ଧାର୍ଜ୍ୟ ହୋଇଛି |  ଆବେଦନକାରୀ ଅଦାଲତରେ ଦର୍ଶାଇଥିଲେ ଯେ , ଅରୁଣ ସାହୁ ବିଜେଡ଼ିକୁ ୩୦ ଲକ୍ଷ ଟଙ୍କା ଋଣ ଦେଇଥିବା ନେଇ ସତ୍ୟ ପାଠରେ ଉଲ୍ଲେଖ କରିଛନ୍ତି |  ବିଜେଡ଼ି ଏକ ରାଜନୈତିକ ଦଳ |  ଏହି ଦଳ ଅରୁଣ ସାହୁଙ୍କୁ ୩୦ ଲକ୍ଷ ନିର୍ବାଚନ ଖର୍ଚ ଆକାରରେ ପ୍ରଦାନ କରିଛି ; କିନ୍ତୁ ଅରୁଣ ସାହୁ କିପରି ୩୦ ଲକ୍ଷ ଋଣ ଆକାରରେ ରାଜନୈତିକ ଦଳକୁ ଦେଲେ ତାହା ପ୍ରଶ୍ନବାଚ୍ଚି ସୃଷ୍ଟି କରୁଛି |  ସେ ନିଜ ସମ୍ପତ୍ତି ତାଲିକା ମଧ୍ୟ ଠିକ ତଥ୍ୟ ପ୍ରଦାନ କରିନାହାନ୍ତି |  ତାଙ୍କ ସଭ୍ୟପଦ ରଦ୍ଧ ପାଇଁ ଅଦାଲତ ନିର୍ଦେଶ ଦେବାପାଇଁ ସେ ପ୍ରାଥନା କରିଛନ୍ତି |  ଆବେଦନ କାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ରୁଜୁ କରିଛନ୍ତି |

Leave a Comment