ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ

ବେରୁଟ , ୪|୮ : ମଧ୍ୟ ପ୍ରାଚ୍ୟ ଦେଶରେ ଯୁଦ୍ଧ ଉତ୍ତେଜନା ଜୋର ଧରିଛି |  ଲେବାନନ୍ ସ୍ଥିତ ଆତଙ୍କବାଦି ସଂଙ୍ଗଠନ ହେଜବୋଲ୍ଲା ଶନିବାର ରାତିରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି |  ହେଜବୋଲ୍ଲା ମାଡ଼ କରିଥିବା ଅଧିକାଂଶ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ନଷ୍ଟ କରିଦେଇଛି |  ତେବେ ହେଜବୋଲ୍ଲାର ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ବଡ ପଦକ୍ଷେପ ନେବାର ଆଶଙ୍କା ରହିଛି |  ଇସ୍ରାଏଲ ଯଦି ପ୍ରତିଆକ୍ରମଣ କରେ ତେବେ ମଧ୍ୟ ପ୍ରାଚ୍ୟରେ ବଡ ଯୁଦ୍ଧ ହେବ |  ଲେବାନନ୍ ସହ ଅନେକ ରାଷ୍ଟ୍ର ଏଥିରେ କ୍ଷତିଗ୍ରସ୍ଥ ହେବା ନିଶ୍ଚିନ୍ତ |  ଏହା ପୂର୍ବରୁ ଇସ୍ରାଏଲ ଉପରେ ଆକ୍ରମଣ ଲାଗି ଇରାନ ଧମକ ଦେଇ ସାରିଛି |  ହମାସ୍ ମୁଖ୍ୟ ଇସ୍ ମାଇଲ ହାନୀୟାଙ୍କୁ ହତ୍ୟା କରାଯିବାର ପ୍ରତିଶୋଧ ନେବାକୁ ଇରାନ ଓ ଲେବାନନ୍ ଧମକ ଦେଇଥିଲେ |

Leave a Comment