ଶୁକ୍ରବାର ଫେରିବ ମୃତଦେହ

ଚୌଦ୍ୱାର , ୧/୮ (ସ.ପ୍ର): କେରଳ ଭୂସ୍ଫଳନରେ ନିଖୋଜ ଥିବା ଦୁଇ ଡାକ୍ତରଙ୍କ ମଧ୍ୟରୁ ବିର୍ଷନୁ ପ୍ରସାଦ ଚିନାରାଙ୍କ ମୃତ ଶରୀର ବୁଧବାର ଅପରାହ୍ନରେ ମାଟି ତଳୁ ଉଦ୍ଧାର ହୋଇଥିଲା |  ମୃତଦେହ ଉଦ୍ଧାର ହେବା ପରେ ଏହାକୁ ନେଇ ପ୍ରଥମେ ଦ୍ଵନ୍ଦ ଉପୂଯିବାରୁ ବୁଧବାର ରାତିରେ ଶବ ଓଡ଼ିଶା ଆସିପାରି ନଥିଲା |  ଗୁରୁବାର ସକାଳ ସମୟ ରକ୍ତ ନମୁନା ସଂଗ୍ରହ ଓ ତଥ୍ୟ ଆସିବା ସହ ଆଙ୍ଗୁଠି ଚିହ୍ନ ମେଳ ପରେ ମୃତଦେହ ଫେରିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ସୂଚନା ମିଳିଛି |  ଅପାତତଃ ଶୁକ୍ରବାର ସନ୍ଧୟା ସୁଦ୍ଧା ମୃତଦେହ ଫେରିବାର ସମ୍ଭାବନା ରହିଛି ବୋଲି ପରିବାର ଲୋକଙ୍କ ପକ୍ଷରୁ ସୂଚନା ଆସିଛି |  ଅନ୍ୟପଟେ ଚିନରାଙ୍କ ପତ୍ନି ପ୍ରିୟଦର୍ଶିନୀ ପାଲ ଡାକ୍ତରଖାନାରେ ଚିକିଶ୍ଚାଧୀନ ରହିଛନ୍ତି |  ସୂଚନା ଅନୁସାରେ ବୁଧବାର ସକାଳ ସମୟରେ ମାଟିତଳୁ କିଛି ମୃତଦେହ ବାହାରିବ ପରେ କେରଳ ପୁଲିସ ତରଫରୁ ସାର୍ବଜନୀନ ସହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଇଥିଲା |  ରାଜସ୍ଵମନ୍ତ୍ରୀ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିବା ବେଳେ ପରିବାର ଲୋକେ ଏହା ମାନିବାକୁ ନାରାଜ ଥିଲେ |  ମୃତ ଡାକ୍ତର ବିଶନୁଙ୍କ ଦାଦା ଓ ସମ୍ପର୍କୀୟ ଘଟନା ସ୍ତଳକୁ ଯାଇ ମୃତଦେହ ଚିହ୍ନଟ କରିବା ପରେ ତାଙ୍କୁ ଓଡ଼ିଶା ଆଣିବାକୁ ବ୍ୟବସ୍ତା କରାଯାଇଛି |  ରକ୍ତନମୁନା ସହିତ ଆନୁସାଂଘିକ ପରୀକ୍ଷା ପାଇଁ ବୁଧବାର ପଠାଯାଇଥିଲା |  ଗୁରୁବାର ଅପରାହ୍ନ ରେ ତଥ୍ୟ ମେଳକ ପରେ ମୃତଦେହ ଫେରିବା ନେଇ ସ୍ପଷ୍ଟ ହୋଇଥିଲା |  ଡାକ୍ତର ବିଶନୁ ପ୍ରସାଦ ଚିନାରାଙ୍କ ପରିବାର ଓ ଅନ୍ୟ ଦୁଇଜଣ ରାଜ୍ୟ ବାହାରକୁ ବୁଲିବାକୁ ଯାଇଥିଲେ |  କେରଳ ୱାୟନାଡାର ଲିନାରା ଭିଲ୍ଲା ହୋଟେଲରେ ରାତ୍ରି ଜାପନ କରିଥିଲେ |  ଉକ୍ତ ରାତ୍ରିଟି ଏମାନଙ୍କ ପାଇଁ କାଳ ରାତ୍ରି ସାଜି କେବଳ ସମୟକୁ ହିଁ ଅପେକ୍ଷା କରି ରହିଥିଲା |  ରାତିରେ ବର୍ଷା ଭୀଷଣ ଲାଗି ରହିଥିବାରୁ ହଠାତ ଭୂସ୍ପଳନ ହୋଇ ପାହାଡ଼ରୁ ମାଟି ଅତଡା ଧସିଯାଇ ଥିଲା |  ସମସ୍ତେ ନିଦ୍ରାରେ ଥିବା ବେଳେ ପ୍ରଥମେ ହୋଟେଲର ପାଚେରି ଧସିବା ସହିତ କୋଠାଟି ଦବି ବହୁ ଦୂରକୁ ଭାସି ଯାଇଥିଲା |  ଏଥିରେ ଦୁଇ ଡାକ୍ତର ନିଖୋଜ ହୋଇଥିବା ବେଳେ ତାଙ୍କ ସହିତ ଯାଇଥିବା ତାଙ୍କ ପତ୍ନୀ ଏବଂ ବାନ୍ଧବୀ ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି |

Leave a Comment