୩୧ ରୁ ୨ ପ୍ରବଳ ବର୍ଷା

ଭୁବନେଶ୍ଵର , ୨୯|୭ (ନି.ପ୍ର) : ଆସନ୍ତା ୩୧ ରେ ସୃଷ୍ଟି ହେବାକୁଥିବା ଘୁର୍ଣୀବଳୟ ପ୍ରଭାବରେ ରାଜ୍ୟରେ ୩୧ ରୁ ୨ ପର୍ଯନ୍ତ କେତେକ ସ୍ତାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି |  କଟକ ,ଢେଙ୍କାନାଳ ,ନୟାଗଡ ,ଅନୁଗୁଳ ଏବଂ ଯାଜପୁର ଜିଲ୍ଲା ରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |  ସେହିପରି ଅଗଷ୍ଟ ପହିଲାରୁ ୨ ତାରିଖ ପର୍ଜ୍ୟନ୍ତ ଢେଙ୍କାନାଳ ,ଅନୁଗୁଳ ,ବୌଦ୍ଧ ,ନୟାଗଡ ଓ କଟକ ଜିଲ୍ଲା କୁ ପ୍ରବଳରୁ ଅତି ପ୍ରବଳ ନେଇ ସତର୍କତା ଜାରି ହୋଇଛି |  ଗତ ୨୪ ଘଣ୍ଟା ମଧ୍ୟରେ ଜଗତଶିଙ୍ଗପୁରର କୁଜଙ୍ଗରେ ସର୍ବାଧିକ ୧୧୦ ମି.ମି ,ଯାଜପୁର ବରୀରେ ୮୬.୮ ମି.ମି ,କେନ୍ଦ୍ରାପଡାର ଆଳୀରେ ୪୫ ,କଟକରେ ୩୮.୪ ମି.ମି ,କରଞ୍ଜିଆରେ ୩୭.୩ ମି.ମି ,ବିରିଡ଼ିରେ ୩୭.୧ ମି.ମି ,ପାରାଦ୍ଵୀପରେ ୩୫.୮ ମି.ମି ,ଓଡଙ୍ଗାରେ ୩୨.୨ ମି.ମି ,କଣ୍ଟପଡାରେ ୩୧ ମି.ମି ବର୍ଷା ହୋଇଛି |  ଆସନ୍ତା କାଲି କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବର୍ଷା ହୋଇପାରେ |  ଏଥିପାଇଁ ଜିଲ୍ଲା ପ୍ରଶାସନକୁ ସତର୍କତା ନିର୍ଦେଶ ଦେଇଛନ୍ତି ଏସଆରସି |

Leave a Comment