ଭାରତକୁ ପ୍ରଥମ ପଦକ ଦେଲେ ମନୁ

ପ୍ୟାରିସ , ୨୮/୭ : ଚଳିତ ଅଲମ୍ପିକସରେ ଭରତ ପାଇଁ ପ୍ରଥମ ପଦକ ଜିତିଛନ୍ତି ତାରକା ସୁଟର (ବନ୍ଧୁକ ଚାଳିକା) ମନୁ ଭାକର |  ମହିଳା ୧୦ ମିଟର ପିସ୍ତଲ ଇଭେଣ୍ଟରେ ମନୁ କାଂସ୍ୟ ପଦକ ଜିତିଛନ୍ତି |  ମାତ୍ର ୦.୧ ପଏଣ୍ଟ ପାଇଁ ମନୁ ରୌପ୍ୟ ପଦକ ବଞ୍ଚିତ ହୋଇଛନ୍ତି ; ତେବେ ଦୀର୍ଘ ୧୨ ବର୍ଷ ପରେ ତାଙ୍କ ଜରିଆ ରେ ଭାରତ ଅଲମ୍ପିକସ ରେ ପଦକ ପାଇଛି |  ଜିତିବାରେ ମନୁ ଭାରତର ପ୍ରଥମ ମହିଳା |  ୨୦୧୨ ଲଣ୍ଡନ ଅଲମ୍ପିକସରେ ଭାରତର ଦୁଇ ସୁଟର ବିଜୟା କୁମାର ଓ ଗଗନ ନାରଙ୍ଗ କାଂସ୍ୟ ପଦକ ଜିତିଥିଲେ |  ଏହାସହ ଅଭିନବ ବିନ୍ଦ୍ରା , ରାଜ୍ୟବର୍ଦ୍ଧନ ଶିଂ ରାଠୋର , ବିଜୟ କୁମାର ଓ ଗଗନ ନାରଙ୍ଗଙ୍କ ପରେ ମନୁ ୫ମ ଭାରତୀୟ ଭାବେ ଶୁଟିଙ୍ଗ ରେ ଭାରତକୁ ପଦକ ଉପହାର ଦେଇଛନ୍ତି |  ଶନିବାର ଯୋଗ୍ୟତା ପର୍ଜ୍ୟାୟରେ ୩ୟ ସ୍ତାନରେ  ରହି ମନୁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ |  ଫଳରେ ୨୦୦୪ ଅଲମ୍ପିକସରେ ସୁମା ସିରୁରଙ୍କ ପରେ ପ୍ରଥମ ଭାରତୀୟ ମହିଳା ଭାବେ ମନୁ ଫାଇନାଲ ରେ ପହଞ୍ଚିଥିଲେ |  ଫାଇନାଲ ରେ ମଧ୍ୟ ମନୁ ୩ ୟ ସ୍ତାନରେ |

Leave a Comment