ବସ୍ ଯାତ୍ରୀଙ୍କୁ ଲୁଟ : ୩ ଛତିଶଗଡ଼ ମହିଳା ଲୁଟିଆ ଗିରଫ

ଭୁବନେଶ୍ଵର , ୨୮|୭ (ନି.ପ୍ର) : ରାଜଧାନୀରେ ମାତିଛନ୍ତି ଛାତିଶଗଡିଆ ମହିଳା ଲୁଟିଆ |  ବସ୍ ଷ୍ଟାଣ୍ଡ , ରେଳଷ୍ଟେସନ ରେ ରାତି କାଟିବା ପରେ ସହରରେ ପ୍ରତି ଛକରେ  ଖେଳଣା , କଲମ ବିକ୍ରି କରିବା ନାରେ ଲୋକଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି |  ବସ୍ ରେ ଭିଡ ଦେଖି ପୁରା ଦଳ ଉଠିବା ସହ ଲୋକଙ୍କ ଠାରୁ ଲୁଟପାଟ କରି ଫେରାର ହେଇଯାଉଛନ୍ତି |  ବସ୍ ଯାତ୍ରୀଙ୍କୁ ଏଭଳି ନିଶାଣ କରୁଥିବା ଏଭଳି ଏକ ମହିଳା ଲୁଟିଆ ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛନ୍ତି |  ଗିରଫ କରିବା ସହ ସେମାନଙ୍କ ଠାରୁ ୨୨ହଜାର ୫୦୦ ନଗଦ ଟଙ୍କା , ଚୋରୀ କରିଥିବା ଭ୍ୟାନିଟି ବ୍ୟାଗ ଓ ଆଧାରକାର୍ଡ ଜବତ କରିଛି |  ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ଼ ରାୟପୁର ପୁରାନିବସ୍ତି ଥାନା ଅଞ୍ଚଳର ଛାୟାପାତ୍ର ,ଲତା ସେଣ୍ଡ ଓ ଉଜ୍ଵଳା ଅଗନଲା ପତ୍ରି |

ସଖାଳ ୯ଟା ହେବ |  ନୟାଗଡ ଜିଲ୍ଲା କଣ୍ଟିଲୋ ଅଞ୍ଚଳର ଆଶ୍ରିତା ମହାରଣା ତାଙ୍କ ମା’ଙ୍କ ସହ ବସ୍ ଯୋଗେ ପୁଅର ନାମ ଲେଖାଇବା ପାଇଁ ଭୂବନେଶ୍ବର ଆସିଥିଲେ |  ସେ ଯେଉଁ ବସ୍ ରେ ଆସୁଥିଲେ ସେଥିରେ ଯାତ୍ରୀଙ୍କ ଭିଡ ରହିଥିଲା |  ଏହାର ସୁବିଧା ନେଇ ମହିଳା ଲୁଟିଆ ଦଳ ଏକ ୪ ବର୍ଷର ଶିଶୁ କନ୍ୟାକୁ ଧରି ବସରେ ଉଠିଥିଲେ |  ଭିଡ ଭିତରେ ଆଶ୍ରିତାଙ୍କ ମା’ଙ୍କ ବ୍ୟାଗ କୁ କୌଶଳ କ୍ରମେ ଚୋରାଇ ନେଇ ଥିଲେ |  ନୟାପଲ୍ଲି ଅଞ୍ଚଳରେ ଆଶ୍ରିତା ବସ୍ ରୁ ଓହ୍ଲାଇ ମା’ଙ୍କ ବ୍ୟାଗ ଚୋରି ହେଇଯାଇଥିବା ଜାଣିବାକୁ ପାଇଥିଲେ |  ତାଙ୍କ ବ୍ୟାଗ ରେ ୨୫୦୦୦ ଟଙ୍କା ସହ ବହୁ ଗୁରୁତ୍ଵପୂର୍ଣ କାଗଜ ପତ୍ର ରହି ଥିଲା ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ |  ପୁଲିସ ଅଭିଯୋଗ ପାଇ ଅନୁସନ୍ଧାନ କରି ତିନିଜଣଙ୍କୁ ଅଭିଯୁକ୍ତଙ୍କୁ ନାବାର୍ଡ ଛକ ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲା |  ତାଙ୍କଠାରୁ ପୁଲିସ ଚୋରି ଯାଇଥିବା ପ୍ରମାଣପତ୍ର ଓ ୨୨୫୦୦ ଟଙ୍କା ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା |

Leave a Comment