ସମ୍ବଲପୁର , ୨୭/୭ (ନି.ପ୍ର) : ବହୁମୁଖୀ ହୀରାକୁଦ ନଦୀବନ୍ଧରେ ଜଳବିଦ୍ୟୁତ ,ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ସହ ଏବେ ଆଉ ଏକ ବିଶେଷତ୍ଵ ଯୋଡି ହେବାକୁ ଯାଉଛି | ହୀରାକୁଦ ଜଳଭଣ୍ଡାର ରାଶିରେ ଏଣିକି ଭାସମାନ ସୌରବିଦ୍ୟୁତ ପ୍ରକଳ୍ପ କାର୍ଜ୍ୟକାରି ହେବ | ହିଣ୍ଡାଲକୋ ପକ୍ଷରୁ ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି | ଗତ ବୁଧବାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ କମ୍ପାନୀ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବ ଅନୁଯାୟୀ ,ଉକ୍ତ ସୌରପ୍ରକଳ୍ପ ମାଧ୍ୟମରେ ୧୦୦୦ ମେଘାୱାଟ୍ ବିଦ୍ୟୁତ ଉତ୍ପାଦନ ଲକ୍ଷ ରଖାଯାଇଛି | ଏହା ପରିବେଶ ଅନୁକୂଳ ହେବ | ହୀରାକୁଦର ହିଣ୍ଡାଲକୋ ଆଲୁମିନିୟମ କାରଖାନା ଓ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନାରୁ ଉତ୍ପାଦିତ ତାପଜ ବିଦ୍ୟୁତ ବଦଳରେ ଏହି ବିଦ୍ୟୁତ ବ୍ୟବହାର ହେବ | ଏଥିପାଇଁ କମ୍ପାନୀ ୫୦୦୦ କୋଟି ଟଙ୍କା ବିନିଯୋଗ କରିବା ବୋଲି ଜଣାପଡିଛି | ଶିଳ୍ପସନ୍ଥାଗୁଡିକୁ ୨୦୩୦ ସୁଦ୍ଧା ‘ଶୂନ୍ୟ କାର୍ବନ ଉସଚରଜନ’ ଲକ୍ଷ ଦିଆ ଯାଇଛି | ଏହି ପରିପେକ୍ଷିରେ ସମ୍ଭବତଃ ପ୍ରଥମ ଶିଳ୍ପସଂନ୍ଥା ଭାବେ ହିଣ୍ଡାଲକୋ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ପ୍ରସ୍ତାବ ଦେଇଛି | ୨୦୨୧ ଡିସେମ୍ବରରେ ସୋଲାର ଏନର୍ଜି କରପୋରେସନ ଅଫ୍ ଇଣ୍ଡିଆ (ଏସଇସିଆଇ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆ ଯାଇ ପ୍ରଥମ ପର୍ଜ୍ୟାୟ ରେ ୪୦ ମେଗାୱାଟ ଉତ୍ପାଦନ ଲକ୍ଷ |