ନିଟ-ୟୁଜି ଟପ୍ପରଙ୍କ ସଂଖ୍ୟା ୧୭ କୁ ଖସିଲା

ନୂଆଦିଲ୍ଲୀ , ୨୬/୭: ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ନ୍ୟାସନାଲ ଟେସ୍ଟିଂ ଏଜେନ୍ସୀ (ଏ ନ୍ ଟି ଏ) ପକ୍ଷରୁ ଶୁକ୍ରବାର (ଜୁଲାଇ ୨୬) ନିଟ୍ୟୁ-ୟୁଜି ୨୦୨୪ ପରୀକ୍ଷାର ସଂଶୋଧିତ ଫଳ ପ୍ରକାଶ ପାଇଛି |  ଗୁରୁବାର ଏହି ଫଳ ପ୍ରକାଶ ପାଇବାକୁ ଥିବାବେଳେ ତାହା ସମ୍ଭବ ହୋଇପାରି ନଥିଲା |   ତେଣୁ ଏହା ଆଜି ପ୍ରକାଶ ପାଇଛି | ଛାତ୍ର ଛାତ୍ରୀ ସେମାନଙ୍କ ସଂଶୋଧିତ ସ୍କୋର କାର୍ଡ ଏନଟିଏର ୱେବସାଇଟ exams. nta.ac.in କିମ୍ବା neet.ntaonline.in ରୁ ଡାଉନଲୋଡ କରିପାରିବେ ବୋଲି ପରୀକ୍ଷା ପରିଚାଳନାକାରି ସଂସ୍ଥାର ଅଧିକାରୀ କହିଛନ୍ତି |  ସଂଶୋଧିତ ପରୀକ୍ଷା ଫଳରେ ଟପ୍ପର ଙ୍କ ସଂଖ୍ୟା ୧୭ କୁ  ଖସିଆସିଛି |  ଜୁନ୪ ରେ ପ୍ରଥମ ଫଳ ପ୍ରକାଶ ପରେ ୬୭ ଜଣ ଛାତ୍ର ଛାତ୍ରୀ ୭୨୦ ରୁ ୭୨୦ ରଖି ଟପ୍ପର ହୋଇଥିଲେ |  ପରବର୍ତ୍ତୀ ସମୟରେ ଏନଟିଏ ୬ ଜଣ ପିଲାଙ୍କୁ ସମୟନଷ୍ଟ ପାଇଁ ଦେଇଥିବା ଗ୍ରେସମାର୍କ ପ୍ରତିହାର କରିବାରୁ ଟପ୍ପରଙ୍କ ସଂଖ୍ୟା ୬୧କୁ  ହ୍ରାସ ପାଇଲା |  ତେବେ ପଦାର୍ଥ ବିଜ୍ଞାନ (ଫିଜିକ୍ସ)ବିଷୟର ୧୯ ନମ୍ବର ପ୍ରଶ୍ନର ଉତ୍ତରକୁ ନେଇ ରହିଥିବା ଦ୍ଵନ୍ଦକୁ ସୁପ୍ରିମକୋର୍ଟ ଦୂର କରିବାପରେ ସଂଶୋଧିତ ଫଳ ପ୍ରକାଶ ପାଇଛି |  ଫିଜିକ୍ସ ବିଷୟର ୧୯ ନମ୍ବର ପ୍ରଶ୍ନର ଦୁଇଟି ଅପସନ ୨ ଓ ୪କୁ ଠିକ ଉତ୍ତର ବିବେଚନା କରି ପିଲାଙ୍କୁ ନମ୍ବର ଦିଆ ଯାଇଥିଲା |  ମାତ୍ର ସୁପ୍ରିମକୋର୍ଟ ଦିଲ୍ଲୀ ଆଇଆଇଟି ର ବିଶେଷଜ୍ଞଙ୍କ ରିପୋର୍ଟ ଆଧାରରେ ଅପସନ ୪ କୁ ଠିକ ଉତ୍ତର ଦର୍ଶାଇ ଥିଲେ |  ଫଳରେ ଅପସନ ୨ କୁ ବାଛି ସମ୍ପୂର୍ଣ ୪ ନମ୍ବର ପାଇଥିବା ଛାତ୍ର ଛାତ୍ରୀଙ୍କ ନମ୍ବର କମ୍ କରିବା ପୂର୍ବକ ପୁନଃ ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ |

Leave a Comment