ତୀରନ୍ଦାଜୀ କ୍ୱାଟରରେ ଭାରତ

ପ୍ୟାରିସ୍ , ୨୫/୭ : ପ୍ୟାରିସ୍ ଅଲମ୍ପିକସ  ଉଦ୍ଦଘାଟନୀ ଉସ୍ଚବର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ତୀରନ୍ଦାଜୀର ରେଙ୍କିଙ୍ଗ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଚମକିଛି |  ଶ୍ରେଷ୍ଠ ଚାରି ଦଳ ମଧ୍ଯରେ ରହି ସିଧାସଳଖ କ୍ୱାର୍ଟର ଫାଇନାଲ ରେ ସ୍ତାନ ସୁରକ୍ଷିତ କରି ନେଇଛି |  ଅଙ୍କିତା ଭକତ ,ଦୀପିକା କୁମାରୀ ,ଭଜନ କୌରଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୯୮୩ ପଏଣ୍ଟ ସହ ଦକ୍ଷିଣ କୋରିଆ ପ୍ରଥମ ସ୍ତାନ ଅଧିକାର କରିଥିବା ବେଳେ ଚୀନ ଦ୍ବିତୀୟ ଓ ମେକ୍ସିକୋ ତୃତୀୟ ସ୍ତାନ ଅଧିକାର କରିଥିଲା  |  କ୍ଵାଟରରେ ଭାରତୀୟ ଦଳ , ଫ୍ରାନ୍ସ ଓ ନେଦେରଲାଣ୍ଡସ୍ ମଧ୍ୟରେ ଖେଳାଯିବାକୁ ଥିବା ପ୍ରିକ୍ଵାଟର୍ଫାଇନାଲ ର ବିଜେତା କୁ ଭେଟିବ | ସେଠାରେ ସଫଳ ହେଲେ ସେମିଫାଇନାଲ ରେ ସ୍ଵର୍ଣ୍ଣ ପଦକ ଦାବିଦାର କୋରିଆ ସହିତ ମୁକାବିଲା କରିବ |  ବ୍ୟକ୍ତିଗତ ରିକର୍ଭରେ ଅଙ୍କିତା ଶ୍ରେଷ୍ଠ ଭାରତୀୟ ଭାବେ ଏକାଦଶ ସ୍ତାନ ରେ ରହି ରାଉଣ୍ଡ ଅଫ୍-୧୬ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି |  ଚାରିଥର ଅଲମ୍ପିକସ ଖେଳିଥିବା ଦୀପିକା କୁମାରୀ ନୈରାଶ୍ୟଜନକ ପ୍ରଦର୍ଶନ କରି ୨୩ତ୍ତମ ଏବଂ ଭଜନ କୌର ୨୨ତ୍ତମ ସ୍ତାନରେ ରହିଥିଲେ |  ଏହି ପ୍ରଦର୍ଶନ ପରେ ଦୀପିକାଙ୍କ ପରିବର୍ତ୍ତେ ଅଙ୍କିତା ଭକତ ଭାରତୀୟ ମିଶ୍ରିତ ଦଳର ପ୍ରତିନିଧିତ୍ଵ କରିବା ସ୍ପଷ୍ଟ ହୋଇଛି |  ସେହିଭଳି ଭାରତୀୟ ପୁରୁଷ ଦଳ ମଧ୍ୟ ତୃତୀୟ ସ୍ତାନ ଅଧିକାର କରି କ୍ୱାର୍ଟଟର୍ରେ ପ୍ରବେଶ କରିଛନ୍ତି |  ଭାରତୀୟ ମିଶ୍ରିତ ଦଳ ମଧ୍ୟ ରାଉଣ୍ଡ ଅଫ୍ ୧୬ ରେ ସ୍ତାନ ସୁରକ୍ଷିତ କରି ନେଇଛି |  ବ୍ୟକ୍ତିଗତ ବର୍ଗରେ ଧୀରଜ ବୋମାଦେବରା ମଧ୍ଯ ଚମତ୍କାର ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡ କୁ ଯାଇଛନ୍ତି | ………….

Leave a Comment