ଦମଡମଣି ହ୍ରଦ ରେ ବୁଡ଼ି ଗଲେ ଦୁଇ ଛାତ୍ର

ଚୌଦ୍ୱାର ୨୪/୭ ,(ସ.ପ୍ର) : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ମା’ ଡମଡମଣୀ ପିଠ ନିକଟ ହ୍ରଦ ରେ ବୁଡ଼ି ଦୁଇ କୋଲେଜ ଛାତ୍ର ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ସ୍ତାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି | ମୃତକ ଦ୍ୱୟ ହେଲେ ସ୍ଵୟମ ସଙ୍କେତ ଦାସ(୧୭) ଓ ସ୍ମରୁତିକ ଶତପଥି (୧୭)| ଉଦ୍ଧାର ହୋଇଥିବା ଛାତ୍ର ହେଲେ ଆଦର୍ଶ ପ୍ରଧାନ(୧୭)| ସମସ୍ତେ କଟକ ବିଡାନାସି ଅଞ୍ଚଳର ଓ ସେମାନେ କଟକ ର ଷ୍ଟିୱାର୍ଟ ବିଜ୍ଞାନ କଲେଜ ରେ +2 ଦ୍ବିତୀୟ ବର୍ଷ ରେ ପଢୁଥିବା ଜଣା ପଡିଛି | ଏହି ଘଟନା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଖଃ ପ୍ରକାଶ କରିବା  ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି  |..

Leave a Comment