ଉତ୍କଳ ଦିବସ ପାଳନ ଅବସରରେ

ସାଲେପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି.

ତା ୦୧/୦୪/୨୦୨୪ରିଖ ଉତ୍କଳଦିବସ ଅବସରରେ ସାଲେପୁର ଶିଶୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାରମ୍ଭ ଯଜ୍ଞ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଂକର୍ଷଣ ପାଣିଗାହିଙ୍କ ପୋରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହା ଆମର ମହାନ  ଗୁରୁକୁଳ ପରମ୍ପରାକୁ ସ୍ମରଣ କରାଇଦେଉଛି।

ଏହି କାର୍ଯ୍ୟକ୍ରମରେ କୁନିକୁନି ଶିଶୁ ବିଦ୍ୟାର୍ଥୀମାନେ ଆନନ୍ଦିତ ଓ ପ୍ରେରିତ ହୋଇଛନ୍ତି। ପିଲାମାନେ ଆମର ପରମ୍ପରା ବିଷୟରେ ଜାଣିବ ପାଇଁ ଏହା ଏକ ସୁନ୍ଦର ଅନୁଷ୍ଠାନ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ସହର୍ଷ ପୂର୍ବକ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

Leave a Comment