ସାଲେପୁର ରାହାଜାନି

ସାଲେପୁର ଅଞ୍ଚଳରେ ଏବେ ରାହାଜାନି ବଢି ଯାଇଛି। ନିରୋଳା  ଜାଗା ଦେଖି ଲୋକମାନଙ୍କୁ ଲକ୍ଷ୍ୟ କରି ବିଶେଷ ଭାବରେ ଏକୁଟିଆ ଝିଅ, ମହିଳା ତଥା ବୃଦ୍ଧ ଲୋକଙ୍କୁ ଲୁଟ ତରାଜ କରୁଛନ୍ତି। ଗତ ଦୁଇ ଦିନ ତଳେ ୨ ଜଣ ଝିଅଙ୍କ ଠାରୁ ସନ୍ଧ୍ୟା  ୭ ତା ସମୟରେ ଫ୍ରେଣ୍ଡସ କଲୋନୀ ନିକଟରୁ ତାଙ୍କ ମୋବାଇଲ ଫୋନ ୨ ଟି ବନିତ ବ୍ୟାଗ ସହିତ ୧୫୦୦ ଟଙ୍କା  ଲୁଟି ନେଇଛନ୍ତି। ଲୁଟେରା ମାନଙ୍କୁ ଧରିବାରେ ପ୍ରଶାସନ ବିଫଳ। ଏମିତି ଘଟଣା  ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଠିକ ନେଉ ନାହାନ୍ତି। ଫଳରେ ସନ୍ଧ୍ୟା ସମୟରେ ଝିଅ ବୋହୂମାନେ କାରବାର କରିବା ଅସମ୍ଭବ ।

Leave a Comment