ସ୍ଵାଭିମାନର ଉତୁଙ୍ଗ ପୁରୁଷ ଥିଲେ ମଧୁବାବୁ

ମଧୁମାଟି ସାହିତ୍ୟ ସଂସଦର ୨୨ ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ 

https://youtu.be/54WPfs8pVicସାଲେପୁର, ୨୮। ୦୧ : ସ୍ଵାଭିମାନ ହେଉଛି ବ୍ୟକ୍ତିର  ଆଭାଯୁକ୍ତ ଭୂଷଣ ଯାହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସ୍ୱାଭିମାନ ଭୂଷଣ ଆଜୀବନ ଥିଲା ବୋଲି ମଧୁମାଟି ସାହିତ୍ୟ ସଂସଦର ୨୨ତମ ବାର୍ଷିକ ଉତ୍ସବରେ  ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସାଲେପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ସଭାକକ୍ଷରେ ଅନୁଷ୍ଠାନର ସମ୍ପାଦକ ଡ଼ଃ. ଚିତ୍ତରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ପ୍ରଫୁଲ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପରେ ଭାରତୀୟ  ପ୍ରସାଶନିକ ସେବାର ଅବସରପ୍ରାପ୍ତ ଅଧିକାରୀ ରତ୍ନାକର ରାଉତ ଯୋଗଦେଇ ମଧୁବାବୁଙ୍କ ଆଦର୍ଶକୁ  ଆଜିର ଯୁବପିଢି ଅନୁସରଣ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଟାଟା ପାୱାର ଚିଫ ଫାଇନାନ୍ସ ଅଫିସର ଡ଼ଃ ସୁରେଶ ଚନ୍ଦ୍ର ନନ୍ଦ ଯୋଗ ଦେଇ ମଧୁମାଟି ସଂସଦର କାର୍ଯ୍ୟଧାରା ଓ ମଧୁମାଟି    ପତ୍ରିକାର ଭୂୟସୀ ପ୍ରଶଂସା କରିଥିଲେ । ବରେଣ୍ୟ ଅତିଥି ଭାବେ ସଂସଦର ଉପଦେଷ୍ଟା ଡ଼ଃ ପୂର୍ଣ୍ଣଚନ୍ଦ୍ର ଓଝା ,  ସମ୍ମାନୀତ  ଅତିଥି ଭାବେ ସେବାନିବୃତ ଅଧ୍ୟକ୍ଷ

   ବିକାଶ ଚନ୍ଦ୍ର ରାଉତ ,  ସମ୍ମାନୀତ ବକ୍ତା ଭାବେ ଶିକ୍ଷାବିତ ଶଶଧର ପଣ୍ଡା, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଯୋଗ ଦେଇ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଅନୁଷ୍ଠାନର ମୁଖପତ୍ର “ମଧୁମାଟି” କୁ ଲୋକାର୍ପଣ କରାଯାଇଥିଲା।  ତତ ପଶ୍ଚାତ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ଡାକ୍ତର କିଶୋର ଚନ୍ଦ୍ର ଦାଶ,  ପ୍ରଧ୍ୟାପିକା ଡ଼ଃ ତରୁଲତା ଦେବୀ,  କବି ପରମାନନ୍ଦ  ସ୍ବାଇଁ ଙ୍କୁ  ମଧୁଶ୍ରୀ   ସମ୍ମାନ   ପ୍ରଦାନ କରାଯାଇଥିଲା। ସେହିପରି ବିକାଶ ଚନ୍ଦ୍ର ରାଉତ, ସଚ୍ଚିଦାନନ୍ଦ ମିଶ୍ର, ଶଶଧର ପଣ୍ଡା ,ଅନନ୍ତ ଗୋପାଳ ପଣ୍ଡା, ଅଧ୍ୟାପିକା ସ୍ନିଗ୍ଧା ନାୟକ, ଶ୍ରୀଧର ଶେଖର ମହାପାତ୍ର , ନିରଞ୍ଜନ ମହାରଣା, ପୁରୁଷୋତ୍ତମ ଦାଶ ,ନିରଞ୍ଜନ ସାହୁ , ରାମାକାନ୍ତ ରାଉତ, ସୀମା ସ୍ବାଇଁଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ

 ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ସବକୁ ଅନୁଷ୍ଠାନର ନିର୍ଦ୍ଦେଶିକା ସୁଜାତା ପଣ୍ଡା ପରିଚାଳନା କରିଥିଲେ। ଅଧ୍ୟାପକ କ୍ଷିତିଶ ଭୂୟାଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମାଜସେବୀ ପ୍ରଶାନ୍ତ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ କବୟତ୍ରୀ ଗୀତାଞ୍ଜାଳୀ ଭୂୟାଁ , ଅଧ୍ୟାପିକା ଉର୍ବଶୀ ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ ବହୁ କବି ଓ କବୟତ୍ରୀ  ସ୍ଵରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ରଶ୍ମୀରଞ୍ଜନ ମହାନ୍ତି, ବିଜୟ  କୁମାର ନାୟକ, କବୟତ୍ରୀ ସ୍ନେହା  ମିଶ୍ର , ଲଳିତମୋହନ ପ୍ରଧାନ, ଅମରେଶ ବଳବନ୍ତରାୟ, ରଶ୍ମୀରଞ୍ଜନ ପରିଡା , କବି ମାନସ ଦାଶ ସଂଗଠକ ପ୍ରବୀର ଚନ୍ଦ୍ର ଦାଶ, ପଣ୍ଡିତ ବିଜଯ କୁମାର ଶତପଥି ବାସୁଦେବ ରାଉତ, ଚିନ୍ମୟରଞ୍ଜନ ଶତପଥି ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସଂକର୍ଷଣ ପାଣିଗ୍ରାହୀ   ଜଗନ୍ନାଥ  ପ୍ରଧାନ, ତୋଫାନ ସାମଲ ଓ ସଂସଦର କାର୍ଯ୍ୟକର୍ତ୍ତା ଓ ସଭ୍ୟସଭ୍ୟାମାନେ ସହଯୋଗ ପ୍ରଦାନ କରିଥିଲେ । 

Leave a Comment