ମଧୁମାଟି ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ

ସାଲେପୁର, ୨୫।୦୧ :ପ୍ରଭୂ ଶ୍ରୀ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପରିପେକ୍ଷୀରେ  ମଧୁମାଟି ସାହିତ୍ୟ ସଂସଦର ଦ୍ଵାବିଂଶତମ ବାର୍ଷିକ ଉତ୍ସବ ଆସନ୍ତା ତା  ୨୮।୦୧।୨୦୨୪ ରିଖ, ରବିବାର ପ୍ରାତଃ ୯:୫୯ ଘଟିକାରେ  ସାଲେପୁର ସରସ୍ବତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହେବ। ଏହି ଅବସରରେ ମଧୁମାଟି ପତ୍ରିକା ଉନ୍ମୋଚନ, ମଧୁଶ୍ରୀ ଓ ମଧୁମାଟି ସେବା ସମ୍ମାନ ପ୍ରଦାନ ସହିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସାଲେପୁରର ବରିଷ୍ଠ ସାମ୍ବାଦିକ ତଥା ମଧୁମାଟି ସାହିତ୍ୟ ସଂସଦର କର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ମିଶ୍ରଙ୍କ  ପୌରହିତରେ ,ମୁଖ୍ୟ ଅତିଥି ରୂପରେ ଅବସରପ୍ରାପ୍ତ ନିର୍ଦ୍ଦେଶକ ଭା.ପ୍ର.ସେ ଶ୍ରୀଯୁକ୍ତ ରତ୍ନାକର ରାଉତ , ମୁଖ୍ୟବକ୍ତା ଭାବରେ କଳିଙ୍ଗ ସାହିତ୍ୟ ଏକାଡ଼େମୀ ଓ ମଧୁମାଟି ସାହିତ୍ୟ ସଂସଦ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡକ୍ଟର ପୂର୍ଣଚନ୍ଦ୍ର ଓଝା, ସମ୍ମାନିତ  ଅତିଥି ରୂପରେ ଉତ୍କଳ ଗ୍ରାମ୍ୟ ସ୍ଵରାଜ ସଭାପତି କଳିଙ୍ଗ ରତ୍ନ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି, ସମ୍ମାନିତ ବକ୍ତାଭାବରେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଶ୍ରୀଯୁକ୍ତ ଶଶଧର ପଣ୍ଡା, ବରେଣ୍ୟ ଅତିଥି ଭାବରେ ପ୍ରବନ୍ଧକ (ଅର୍ଥ) ସାଲେପୁର ଟିପିସିଓଡିଏଲ ଡକ୍ଟର ସୁରେଶ ଚନ୍ଦ୍ର ନନ୍ଦ ଯୋଗଦାନ କରିବେ ।  ଉକ୍ତ କାର୍ଯ୍ୟକ୍ରମରେ ମଧୁମାଟି ସାହିତ୍ୟ ସଂସଦର ଉପସଭାପତି ଶ୍ରୀମତୀ ଗୀତାଞ୍ଜାଳୀ ଭୂୟାଁ କବିତା ସଂଯୋଜନା କରିବେ, ବଲ୍ଲଭୀ ଦେବୀ ମହିଲାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଉର୍ବଶୀ ସାହୁ ସମୀକ୍ଷା କରିବେ। ଏହି ସଭାକାର୍ଯ୍ୟକୁ ସଂଯୋଜନା କରିବେ ମଧୁମାଟି ସାହିତ୍ୟ ସଂସଦର ସମ୍ପାଦକ ଡଃ. ଚିତ୍ତରଞ୍ଜନ ପଣ୍ଡା।

2 thoughts on “ମଧୁମାଟି ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ”

  1. I have been surfing online more than 4 hours today, yet I never found any interesting article like
    yours. It is pretty worth enough for me. In my opinion, if all website
    owners and bloggers made good content as you did,
    the net will be much more useful than ever before.

    Reply

Leave a Comment