‘ରଙ୍ଗବତୀ’ ଗୀତ ପଶ୍ଚିମ ଓଡିଶାର ନୁହେଁ କଟକର ! – News18 ଓଡିଆ

 

News18 Local

ଓଲିଉଡ୍‌ କଳାକାରଙ୍କ କଳିକୁ ନେଇ ଦିନକୁ ଦିନ ନୂଆ ଅଧ୍ୟାୟ ଯୋଡ଼ି ହେଉଛି । ସିନେମା ବିବାଦକୁ ନେଇ ସୋସିଆଲ ମିଡିଆରେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର ସମର୍ଥକ ଗୋଷ୍ଠୀ ଦୁଇ ଭାଗ । ଏଭଳି ସ୍ଥିତିରେ ସଂଗୀତ ନିର୍ଦ୍ଦେଶକ ଦୀପକ କୁମାରଙ୍କ ଦାବି ନିଆଁରେ ଘିଅ ସଦ଼ଶ ହେବାର ଆଶଙ୍କା ସୃଷ୍ଟି କରିଛି । କାରଣ ପଶ୍ଚିମ ଓଡ଼ିଶାର ପରିଚୟ ସାଜିଥିବା ରଙ୍ଗବତୀକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦୀପକ ।

ସମ୍ବଲପୁରୀ ଗୀତ “ରଙ୍ଗବତୀ”ର ସୃଷ୍ଟିକର୍ତ୍ତା କଟକର !

ବର୍ଷିୟାନ ସଂଗୀତ ନିର୍ଦ୍ଦେଶକ ଦୀପକ କୁମାରଙ୍କ ଅନୁସାରେ ସମ୍ବଲପୁରୀ ଗୀତ ରଙ୍ଗବତୀର ଅସଲି କମ୍ପୋଜର କଟକର । ସେ କହିଛନ୍ତି ଯେ ସମ୍ବଲପୁରୀ ଭାଷାରେ ହୋଇଥିବା ଏହି ଅଲଟାଇମ ହିଟ୍ ଗୀତ ରଙ୍ଗବତୀର ସଂଗୀତ ନିର୍ଦ୍ଦେଶକ କଟକର ପ୍ରଦୀପ ପାତ୍ର ।  ହେଲେ ତାଙ୍କୁ କେବେ ଏହି ଅମର ସଂଗୀତର ସୃଷ୍ଟିର ଶ୍ରେୟ ମିଳିନାହିଁ ବୋଲି କହିଛନ୍ତି ଦୀପକ । ମୁଁ ବି ମୋ ଜୀବନରେ ଅନେକ ଆଲବମ୍ କରିଛି, ବହୁତ ଗୀତ ସୁପର ହିଟ ମଧ୍ୟ ହୋଇଛି, ହେଲେ ମୁଁ କେବେ ପୂର୍ବ-ପଶ୍ଚିମକୁ ନେଇ ଭେଦଭାବ କରିନାହିଁ ବୋଲି ଦୀପ କହିଛନ୍ତି ।

ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ପାଖକୁ ପ୍ରଥମେ କେବେ ଆସିଥିଲା ଫୋନ୍‌? କିଏ କରିଥିଲେ କଲ୍‌?

ରଙ୍ଗବତୀକୁ ନେଇ ରେକର୍ଡରେ କଣ ରହିଛି ?

ରଙ୍ଗବତୀ ସମ୍ଭବତଃ ଓଡ଼ିଶାର ସବୁଠୁ ହିଟ୍‌ ଗୀତ,  ଯାହା କି ବିଦେଶରେ ମଧ୍ୟ ନାଁ କରିଛି ।  ମିତ୍ରଭାନୁ ଗଉନ୍ତିଆ ଏହି ଗୀତର ରଚନା କରିଥିବା ବେଳେ ପ୍ରଭୁଦତ୍ତ ପ୍ରଧାନ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।  ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲ ଏହି ଗୀତରେ କଣ୍ଠଦାନ କରି ବିଖ୍ୟାତ ହୋଇପାରିଛନ୍ତି ।  ।

ମୃତ ବ୍ୟକ୍ତିଙ୍କ ଏହି ୩ଟି ଜିନିଷ ଭୁଲରେ କରନ୍ତୁ ନାହିଁ ବ୍ୟବହାର , ନଚେତ୍ ଆପଣଙ୍କ ଜୀବନ ହୋଇଯିବ ଛାରଖାର୍ !

ତାଙ୍କର କହିବା ଅନୁସାରେ ଆମେ କଳାକାର , ଆଉ କଳାକୁ ସମ୍ମାନ କରିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ । ଏହାକୁ ନେଇ ପୂର୍ବ ପଶ୍ଚିମ କରିବା ଆଦୌ ଜରୁରୀ ନୁହେଁ ।  କଳାକାରଙ୍କ ଭିତରେ ତେଜିଥିବା ଏହି ବିବାଦକୁ  ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଥିଲେ ଏମିତି ମୋଗଲ ସମ୍ରାଟ, ଯିଏ ଗାଈଙ୍କୁ କରୁଥିଲେ ସଲାମ୍

ଥିଲେ ଏମିତି ମୋଗଲ ସମ୍ରାଟ, ଯିଏ ଗାଈଙ୍କୁ କରୁଥିଲେ ସଲାମ୍

Vastu Tips: ଏହି ପତ୍ର କରିବ ଆର୍ଥିକ ସମସ୍ୟା ଦୂର, ପର୍ସରେ ରଖିଲେ ଭର୍ତ୍ତି ହୋଇଯିବ ଟଙ୍କା !

ଆକାଶବାଣୀରେ କମ୍ପୋଜର ଭାବେ କାର୍ଯ୍ୟରତ ଥିବା ପ୍ରଦୀପ ସମ୍ବଲପୁରର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ଗୀତକୁ ରିଲିଜ କରିଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଗୀତରେ ପ୍ରଦୀପଙ୍କ ନାଁ ରହିଲା ନାହିଁ । ମୂଳ କମ୍ପୋଜର କଟକର ହୋଇଥିବା  ବେଳେ ତାଙ୍କୁ ଏହି ଗୀତ ପାଇଁ କେବେ ପ୍ରଶଂସା କରାଯାଇନି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଦୀପକ । ଓଡିଶାବାସୀଙ୍କ ହୃଦୟରେ ରାଜ କରିଥିବା ଏହି ଗୀତ ପାଇଁ ପ୍ରଦୀପଙ୍କୁ ବି ସମ୍ମାନ ମିଳୁ ବୋଲି ସରକାର ଓ ଓଡ଼ିଶାର ସଙ୍ଗୀତ ଦୁନିଆକୁ ସେ ନିବେଦନ କରିଛନ୍ତି  ।  (ରିର୍ପୋଟ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Leave a Comment