ସମ୍ବନ୍ଧିତ ଖବର
News18 Local
କଟକ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଭାରତୀୟ ସଂସ୍କୃତିରେ ଏହି ପର୍ବକୁ ଦେଶବ୍ୟାପୀ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ପାଳନ କରାଯାଏ । ଓଡ଼ିଶାରେ ଏହି ଦିନ ପୂର୍ବପୁରୁଷଙ୍କୁ ଦୀପ ଦାନ କରି ପୂଜାର୍ଚ୍ଚନା କରିବାର ବିଧି ମଧ୍ୟ ରହିଛି ।
Diwali 2023: ପୂଜା ପରେ ମୂର୍ତ୍ତିଙ୍କ ସହ କରନ୍ତୁ ନାହିଁ ଏମିତି ଭୁଲ, ଆର୍ଶୀବାଦ ବଦଳରେ ମିଳିବ ଅଭିଶାପ !
କଥାରେ ଅଛି ଦୀପ ହେଉଛି ଜ୍ଞାନ,ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତେବେ ଦୀପାବଳୀକୁ ଆଲୋକର ପର୍ବ କୁହାଯାଏ ସେଥିପାଇଁ ଲୋକମାନେ ବଜାରରୁ ବିଭିନ୍ନ ପ୍ରକାରର ଦୀପ ଆଣି ଘର ସଜେଇ ଥାଆନ୍ତି କିନ୍ତୁ ଏବେ ଆଧୁନିକ ଯୁଗରେ ଲିଚୁ ଲାଇଟର ଚାହିଦା ବଢିଛି । ମାଟିର ଦୀପ ପ୍ରତି ଭଲ ପାଇବା କମି ଗଲାଣି l ଆଉ ଘରେ ଦେଖିବା କୁ ମିଳୁନି ମାଟିର ଦୀପ l
ମହାଭାରତର ମହାନ ଯୋଦ୍ଧା ଅଭିମନ୍ୟୁଙ୍କ ପ୍ରକୃତ ପିତା କିଏ? କାହାର ଥିଲେ ସେ ପୁତ୍ର
ଆଗରୁ ଘରେ ଘରେ ମାଟିର ଦୀପ ଲାଗେ ଏବେ ଆଉ ଦେଖିବା କୁ ମିଳୁନି । ଏବେ ରଙ୍ଗ ବେରଙ୍ଗ ର ଲାଇଟ୍ ଘରେ ଘରେ ଦେଖିବାକୁ ମିଳୁଛି । ଯାହା ଦ୍ୱାରା କୁମ୍ଭାର ପେଟରେ ନାତ ମାରୁଛି ଏ ଆଧୁନିକ ଯୁଗର ଭେରାଇଟି ଲାଇଟ୍ l ଯାହାଫଳରେ ଦୀପ ବ୍ୟବସାୟ କରୁଥିବା କୁମ୍ଭାର ମାନଙ୍କର ବ୍ୟବସାୟ ମାନ୍ଦା ହେବାକୁ ବସିଛି । ଯଦି ଲୋକମାନେ ଏହି ବ୍ୟବସାୟୀ ମାନଙ୍କ ଠାରୁ ଦୀପ କିଣନ୍ତେ ହୁଏତ ଏମାନଙ୍କ ଜୀବିକା ଉପରେ କୌଣସି ପ୍ରହାର ପଡ଼ନ୍ତାନି । ସେମାନେ ମଧ୍ୟ ଏକ ଭଲ ଦୀପାବଳି ପାଳନ କରି ପାରନ୍ତେ । (ରିର୍ପୋଟ: ସରୋଜ ବାରିକ)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ
- First Published :