ଲୋକଙ୍କ ମନ କିଣୁଛି One Gram Gold, ଦୋକାନରେ ଖଚାଖଚ୍ ଭିଡ – News18 ଓଡିଆ

 

News18 Local

**କଟକ:**ପାଖେଇ ଆସୁଛି ଧନତେରାସ । ଏନେଇ ଚଳଚଞ୍ଚଳ ହୋଇଉଠିଛି ସୁନା ,ରୁପାର ଅଳଙ୍କାର ବଜାର । ତମ୍ବା ଓ ପିତ୍ତଳ ବାସନକୁସନ ଠାରୁ ଆରମ୍ଭ କରି ସୁନା ଓ ରୁପାର ଗହଣା ଦୋକାନରେ ସଜେଇ ହୋଇଛି ଭଳି କି ଭଳି ସୁନ୍ଦର ସୁନ୍ଦର ଜିନିଷ । ଏପଟେ ଧନତେରାସରେ ଘରେ କିପରି ମା’ଲକ୍ଷ୍ମୀଙ୍କ ଶୁଭ ପାଦ ପଡିବ ସେନେଇ ପ୍ରସ୍ତୁତ ହେଲେଣି ସମସ୍ତେ । କୁହାଯାଏ ଧନତେରାସ ଦିନ ଘରକୁ ସୁନା, ରୂପା, ବାସନ ଓ ଅନ୍ୟାନ୍ୟ ଜିନିଷ କିଣିବା ଆଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ  ।

Diwali 2023: ଦୀପାବଳିରେ ଏମାନଙ୍କୁ ଦେଖୁଛନ୍ତି? ମିଳିବ ମା’ଙ୍କ ଆର୍ଶୀବାଦ, ହେବ ଧନ ବର୍ଷା !

ତେଣୁ ଘରକୁ କିଛି ନୂଆ ଜିନିଷ କିଣା ଆଣିବା ପାଇଁ ସଭିଏଁ ମନ ବଳେଇଥିବାବେଳେ ସୁନା ଦର ଶୁଣି ସଭିଁଙ୍କ ହୋସ ଉଡୁଛି । ତେବେ ଏହାରି ଭିତରେ ଦୋଳମୁଣ୍ଡେଇ ନିକଟରେ ଥିବା imitation world the bridal mall ଲୋକଙ୍କର ଏହି ଆଶାକୁ ଅନେକାଂଶରେ ପୁରଣ କରୁଛି । ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ଦରରେ ଲୋକଙ୍କ ପାଖରେ ସୁନ୍ଦର ସୁନ୍ଦର ଡିଜାଇନର ୱାରେଣ୍ଟି ଲାଇଫ ଟାଇମ ସହ ବିକ୍ରି ହେଉଥିବା “ୱାନ ଗ୍ରାମ ଗୋଲ୍ଡ” କିଣିବା ପାଇଁ ଗ୍ରାହକଙ୍କ ଭିତରେ ନାହିଁ ନଥିବା ଆଗ୍ରହ ସୃଷ୍ଟି ହୋଇଛି। ଏଠାରେ ମିଳୁ ଥିବା ଅଳଙ୍କାର ଗୁଡିକରେ ଏକ ଗ୍ରାମର ଅସଲି ସୁନାର ବ୍ୟବହାର ହୋଇ ଥିବାବେଳେ ଦର ମଧ୍ୟ ରହିଛି ବହୁତ କମ୍ ।

Hair Fall: କେଶ ଝଡୁଛି କି ? ଚୁଟିକ୍‌ରେ ବନ୍ଦ ହେବ; କରନ୍ତୁ ଏହି କାମ !

ନିଖୁଣ କାରୁକାର୍ଯ୍ୟରେ ତିଆରି ହୋଇଥିବା ଏହି ଅଳଙ୍କାର ଦେଖି ଆଖି ଝଲସି ଉଠୁଛି । ଗ୍ରାହକଙ୍କୁ ଦୂରରୁ ଆକର୍ଷଣ କରୁଛି ଏହି ଗହଣା । ଥରେ ନଜର ପଡିଲେ ଆଖି ଲାଖିଯାଉଛି । ସୁନା ଗହଣାରେ ନିଜକୁ ସଜେଇ ହେବା ପାଇଁ ମନ କହୁଛି । ୱାନ୍ ଗ୍ରାମ ଗୋଲ୍ଡରେ ଏହି ଗହଣା ତିଆରି ହୋଇଛି ସତ, କିନ୍ତୁ ଅସଲି ସୁନା ହାର ଓ ମୂଦି ଭଳି ଦୂରରୁ ଝଟକୁଛି । ସୁନାର ଚାଦର ବା ସୁନାର ଲେପ ଦିଆଯାଇ ତିଆରି ହୋଇଥିବା ବିଭିନ୍ନ ଡିଜାଇନର ଗହଣା ଲୋକଙ୍କ ପାଇଁ ନେଇ ଆସିଛି  ଏହି ଦୋକାନ ।

ବାବରଙ୍କ ସମଲିଙ୍ଗୀ ପ୍ରେମ କାହାଣୀ; ଯୁବକଙ୍କ ଉପରେ ଆସିଥିଲା ହୃଦୟ

ବାବରଙ୍କ ସମଲିଙ୍ଗୀ ପ୍ରେମ କାହାଣୀ; ଯୁବକଙ୍କ ଉପରେ ଆସିଥିଲା ହୃଦୟ

ଯେଉଁ ଗହଣାକୁ ଲୋକେ ବେଶ ପସନ୍ଦ କରୁଛନ୍ତି  । ଏଥିସହିତ ପକେଟକୁ ସୁହାଇଲା ଭଳି ଦାମରେ ମିଳୁଥିବାରୁ ମନରେ ଦ୍ଵନ୍ଦ ନରଖି ଗ୍ରାହକ କିଣି ନେଉଛନ୍ତି । ଝିଅ ଓ ବୋହୂ ମାନଙ୍କ ସୁନା ଅଳଙ୍କାରକୁ ଛାଡିଦେଲେ ଏଠାରେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ପୁଅମାନଙ୍କ ପାଇଁ ଭିନ୍ନଭିନ୍ନ ଡିଜାଇନର ୱାନ ଗ୍ରାମ ଗୋଲ୍ଡର ଚେନ, ମୁଦି ଓ ବ୍ରେସଲେଟ୍ ବି ମିଳୁଛି । ଧନତେରସରେ ଧନର ଦେବୀ ମାତା ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରିବାର ବିଧିବିଧାନ ରହିଛି । ତେଣୁ ଧନତେରସର ମା’ଙ୍କୁ ସମର୍ପଣ କରି ସୁନା ରୂପା ଆଦି ଘରକୁ ଆଣିଲେ ଶୁଭ ବୋଲି ମାନାଯାଏ  । ତେଣୁ ଏହି ଶୁଭର ଦିନକୁ ଆହୁରି ଖାସ କରିବା ସହ ସଭିଁଙ୍କ ମୁହଁରେ ଖୁସି ଦେବା ପାଇଁ ଏକ ଛୋଟ ପ୍ରୟାସ କରିଛି imitation world the bridal mall । ( ରିର୍ପୋଟ:ସରୋଜ ବାରିକ )

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Leave a Comment

Recent Post

Live Cricket Update