ଶସ୍ତାରେ ମିଳୁଛି ଶୀତ ବସ୍ତ୍ର; ଭଳିକି ଭଳି ଡିଜାଇନରେ କିଣୁଛି ମନ

କଟକ: କାର୍ତ୍ତିକ ମାସର ଆରମ୍ଭରୁ ଧୀରେ ଧୀରେ ବଦଳିଲାଣି ପାଣିପାଗ। ପରିବର୍ତ୍ତିତ ତାପମାତ୍ରା ଭିତରେ ଶୀତ ବି ଛୁଇଁଲାଣି। ସକାଳ ଓ ସଞ୍ଜର ହାଲକା ହାଲକା ଶୀତୁଆ ପବନ ଆଗାମୀ ଶୀତ ଦିନର ଆଭାସ ଦେଲାଣି।

ପାଣିପାଗର ଏଇ ପରିବର୍ତ୍ତନ ଭିତରେ ଏବେ ବଦଳିଛି ବଜାର ହାଲଚାଲ। ଓଡ଼ିଶା ମାର୍କେଟରେ ଶୀତବସ୍ତ୍ରର ଭଣ୍ଡାର ଖୋଲିଯାଇଛି। କେଉଁଠି ସ୍ବଟର ଓ ମଫୁର୍ଲର ପସରା ମେଲିଛି ତ କେଉଁଠି ଶାଲ ଓ ବ୍ଳାଙ୍କେଟର ଖୋଲିଛି ପସରା। ଏହାରି ଭିତରେ ଏବେ ଚର୍ଚ୍ଚାକୁ ଆସିଛି କଟକ ମଙ୍ଗଳାବାଗ ମହାନଦୀ କୂଳରେ ଶୀତବସ୍ତ୍ର ମାର୍କେଟ। ଯେଉଁଠି ବହୁ ଶସ୍ତାରେ ମିଳୁଛି ନାନା ଭେରାଇଟର ଶୀତବସ୍ତ୍ର।

ମହାନଦୀ କୂଳରେ ଖୋଲିଛି ଶୀତବସ୍ତ୍ରର ଭଣ୍ଡାର। ମଙ୍ଗଳାବାଗ ଶୀତବସ୍ତ୍ର ମାର୍କେଟକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦୌଡ଼ି ଆସିଛନ୍ତି ବେପାରୀ। ପଶ୍ଚିମ ଓଡିଶା, ପୂର୍ବ ଓଡିଶା ସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଶହଶହ ବେପାରୀଙ୍କ ପାଇଁ ଏବେ ବେପରର ପେଣ୍ଠସ୍ଥଳ ପାଲଟିଛି କଟକର ମଙ୍ଗଳାବାଗ।

ବାବରଙ୍କ ସମଲିଙ୍ଗୀ ପ୍ରେମ କାହାଣୀ; ଯୁବକଙ୍କ ଉପରେ ଆସିଥିଲା ହୃଦୟ

ବାବରଙ୍କ ସମଲିଙ୍ଗୀ ପ୍ରେମ କାହାଣୀ; ଯୁବକଙ୍କ ଉପରେ ଆସିଥିଲା ହୃଦୟ

ଏଠି ଜମୁଛି ଭିଡ଼, ଆଉ ଜମୁଛି ବେପାର। ଏଠାରେ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ଯୁବତୀ, ଯୁବକ ଓ ବୟସ୍କବ୍ୟକ୍ତିଙ୍କ ପାଇଁ ଭଳି କି ଭଳି ବିଭିନ୍ନ ରକମର ଶୀତ ବସ୍ତ୍ର ବିକ୍ରି ହେଉଛି।

ଏଥର ମାର୍କେଟକୁ ଲୋକଙ୍କ ମନକୁ ଛୁଇଁଗଲା ଭଳି ରଙ୍ଗବେରଙ୍ଗର ନୂଆ ନୂଆ ଡିଜାଇନର ସୀତା ପୋଷାକ ଆସିଛି। ଯାହା ଲୋକଙ୍କୁ ବେଶ ଆକର୍ଷଣ ମଧ୍ୟ କରୁଛି। ତେବେ ଶୀତ ଦିନକୁ ଆଖି ଆଗରେ ରଖି କିଏ ଏଠାରୁ ସ୍ବଟର ଓ ଜ୍ୟାକେଟ କିଣିନେଉଛି ତ କିଏ କିଣୁଛି ଚାଦର ଓ କମ୍ବଳ।

ବିଶେଷକରି ଅପରାହ୍ନ ଓ ସନ୍ଧ୍ୟାରେ କଟକବାସୀଙ୍କ ଭିଡ ଏଠି ବେଶ ଜମୁଛି। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଙ୍ଗଳାବାଗ ମାର୍କେଟରେ ପାଖାପାଖି ୧୦୦ଟି ଷ୍ଟଲ ପଡିଥିବାବେଳେ ୧୦୦ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କାର ବହୁ ବ୍ରାଣ୍ଡେଡ ଜିନିଷ ଏଠି ମିଳୁଛି।

ଲୋକଙ୍କ ପକେଟକୁ ସୁହାଇଲା ଭଳି ବହୁ ଶସ୍ତା ଦାମ୍-ରେ ଏଠାରେ ଭଲ କ୍ୱାଲିଟିର ଜିନିଷ ରହିଛି। ମଙ୍ଗଳାବାଗ ଶୀତବସ୍ତ୍ର ମାର୍କେଟରେ ତିନି ମାସ ଧରି ଏହି ବେପାର ଚାଲିବାକୁ ଥିବାବେଳେ ଶୀତ ବଢିବା ସହ ବେପାର ଭଲ ଜମିବ ବୋଲି ଆଶା ରଖିଛନ୍ତି ବେପାରୀ।

ପଢ଼ନ୍ତୁ ଏହି ଖବର:
ଭୁଲରେ ମୂଳା ସହିତ ଜମା ଖାଆନ୍ତୁନି ଏହି ୫ଟି ଜିନିଷ; ଦେହ ପାଇଁ ବିଷ!

ଶୀତର ଆରମ୍ଭରୁ ବଜାରରେ ଜମିଲାଣି ଶୀତ ବଜାରର ମାହୋଲ। ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶୀତର ପ୍ରକୋପ ଟିକେ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ। ତେଣୁ ଶୀତ ବଢ଼ିବା ସହ ମଙ୍ଗଳାବାଗ ଶୀତବସ୍ତ୍ର ମାର୍କେଟରେ ଭଲ ବ୍ୟବସାୟ କରିବାର ଲକ୍ଷ ରଖିଛନ୍ତି ବ୍ୟବସାୟୀ।

କଟକରୁ ସରୋଜ ବାରିକଙ୍କ ରିପୋର୍ଟ ନ୍ୟୁଜ୧୮ ଲୋକାଲ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବ

Leave a Comment