ନିଆରା ବାବା ଉନଉନଙ୍କ ସମାଧୀ ପୀଠ, ପ୍ରତିଦିନ ପ୍ରସାଦ ଭାବେ ଦିଆଯାଏ ବିଡି !

ସମ୍ବନ୍ଧିତ ଖବର

News18 Local

କଟକ : କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର  ଗ୍ରାମରେ ଅବସ୍ଥିତ ଏକ ବାବାଙ୍କ ମଠ । ଯେଉଁଠାରେ ବାବା “ଉନଉନ’’ ଙ୍କ ସମାଧି ପୀଠ ରହିଛି । ବାବା “ଉନଉନ” ହେଉଛନ୍ତି ଦକ୍ଷିଣ ଭାରତୀୟ ବାବା। ସେ ବହୁ ବର୍ଷ ଧରି ରାମକୃଷ୍ଣ ଗ୍ରାମରେ ଥିବା ଏକ ମସାଣିରେ ବସ ବାସ କରୁଥିଲେ । ସେହି ମସାଣି ରେ ମଧ୍ୟ ବାବା ଙ୍କୁ ସମାଧି ଦିଆଯାଇଛି  ।

Picnic Spot: ଗଞ୍ଜାମର ଟପ୍ ପିକନିକ୍‌ ସ୍ପଟ, ଥରେ ଗଲେ ଫେରିବାକୁ ଇଚ୍ଛା ହେବନି

ଲୋକଙ୍କ କହିବା ଅନୁସାରେ ଏଠାରେ  ଯିଏ ଯାହା ମାନସିକ କରନ୍ତି, ତାହା ପୂର୍ଣ୍ଣ ହେଲେ ବାବା ଙ୍କ ପାଖରେ ବିଡି ଭୋଗ ଲଗାନ୍ତି  । ପ୍ରତିଦିନ ରାମକୃଷ୍ଣପୁର ଗ୍ରାମର ପୂଜକ ବାବାଙ୍କ ଶୟନ ଅବସ୍ଥାରେ ଥିବା ପ୍ରତିମୂର୍ତ୍ତିକୁ ସେବା କରିବା ଓ ଆଳତି କରିବା ସହିତ ବିଡି ଭୋଗ ମଧ୍ୟ ଲଗାନ୍ତି  । ବାବାଙ୍କ ଜନ୍ମ ଦିବସରେ ଏହି ପୀଠରେ ଦହିଭାତ  ଭୋଗ ହୋଇଥାଏ । ପ୍ରତି ଦିନ ବହୁ ମାନସିକଧାରୀ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ ପାଇଁ ବିଡି ଭୋଗ ଅର୍ପଣ କରିଥାନ୍ତି  ।

ଦେଶର ଏହି ମନ୍ଦିର ଦର୍ଶନ କରିବା ମାତ୍ରେ ମାଲାମାଲ୍ ହୁଅନ୍ତି ଭକ୍ତ; ଜାଣନ୍ତୁ ଇତିହାସ

ଦେଶର ଏହି ମନ୍ଦିର ଦର୍ଶନ କରିବା ମାତ୍ରେ ମାଲାମାଲ୍ ହୁଅନ୍ତି ଭକ୍ତ; ଜାଣନ୍ତୁ ଇତିହାସ

ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ବାବା ଉନଉନଙ୍କୁ ମାନିଥାନ୍ତି । କଥାରେ ଅଛି ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର । ତେଣୁ ସ୍ଥାନିୟ ବାସିନ୍ଦା ଓ ପୂଜକଙ୍କ କହିବା ଅନୁଯାଇ ବାବା ଉନଉନ ନିଜ ସାଧନାରେ ସିଦ୍ଧି ଅର୍ଜନ କରିଛନ୍ତି  । ସେଥିପାଇଁ ଏଠାରେ ଲୋକଙ୍କର ଭିଡ ଲାଗି ରୁହେ । (ରିର୍ପୋଟ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Leave a Comment