ବାଲିଯାତ୍ରାରେ ଆଖିବୁଜା ଦୁର୍ନୀତି…ବିଭିନ୍ନ କାମରେ ବ୍ୟାପକ ହରିଲୁଟ୍‌ ଅଭିଯୋଗ ! Massive scam Bali Yatra in Cuttack says corporator – News18 ଓଡିଆ

News18 Odia Digital

ଶେଷ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ଆଉ ଏବେ ବାଲିଯାତ୍ରାରେ ଆଖିବୁଝା ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଲାଣି । ବାଲିଯାତ୍ରାରେ ସିଏମସି ପକ୍ଷରୁ କରାଯାଇଥିବା ବିଭିନ୍ନ କାମରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ କର୍ପୋରେଟର । ଏମିତିକି ଏଥିରେ ବି ସ୍ୱର ମିଳାଇଛନ୍ତି ଶାସକ ଦଳର କର୍ପୋରେଟର । ସବୁଥିରେ ଦୁର୍ନୀତି ଅଭିଯୋଗ କରି ଭିଜିଲାନ୍ସ ସହ ସିବିଆଇ ତଦନ୍ତ ପାଇଁ କର୍ପୋରେଟରମାନେ ଦାବି କରିଛନ୍ତି । ହେଲେ ମେୟର କହିଛନ୍ତି କୌଣସି ଦୁର୍ନୀତି ହୋଇନାହିଁ । ଏବେ କେମିତି କାମ ହୋଇଥିଲା ତାହାର ତଦନ୍ତ କରୁଛି ଟିମ୍‌ । ଏହାପରେ ସଂସ୍ଥାମାନଙ୍କୁ ବିଲ୍‌ ପୈଠ କରାଯିବ ।

ବାଲିଯାତ୍ରାରେ ଆଖିବୁଜା ଦୁର୍ନୀତି ଅଭିଯୋଗ
ବିଭିନ୍ନ କାମରେ ହୋଇଛି ବ୍ୟାପକ ହରିଲୁଟ
ଅସ୍ଥାୟୀ ସ୍ବାଗତ ତୋରଣରେ ଲକ୍ଷ ଲକ୍ଷ ଦୁର୍ନୀତି
ଲେଜର ସୋ ବଦଳରେ ପ୍ରୋଜେକ୍ଟର ସୋ

ବାଲିଯାତ୍ରା ପାଇଁ ନିର୍ମାଣ ହୋଇଥିଲା ଅସ୍ଥାୟୀ ସ୍ବାଗତ ତୋରଣ । ଗୋଟିଏ ନେତାଜୀ ସେତୁ ନିକଟ ବେଲଭ୍ୟୁ ଛକରେ ଆଉ ଗୋଟିଏ ଜାତୀୟ ରାଜପଥ ତେଲେଙ୍ଗା ପେଣ୍ଠ ନିକଟରେ ହୋଇଛି। କେବଳ ବାଉଁଶ ଓ ଫ୍ଲେକ୍ସ ତିଆରି ହୋଇଥିବା ଏହି ଦୁଇଟି ତୋରଣର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ୧୬ ଲକ୍ଷ ଟଙ୍କା କରି ୨ଟି ତୋରଣର ମୂଲ୍ୟ ରହିଛି ୩୨ ଲକ୍ଷ ଟଙ୍କା । ଯାହାକି ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ହୋଇଛି । ସେହିପରି ୯୬ ଲକ୍ଷ ଟଙ୍କା ବ୍ୟୟରେ କନସେପ୍ଟ କମୁନିକେସନ ନାମକ ସଂସ୍ଥାକୁ ବାଲିଯାତ୍ରାରେ ଲେଜର ଶୋ କରାଯିବା ପାଇଁ ଟେଣ୍ଡର ଦିଆଯାଇଥିଲା । ତେବେ ସଂସ୍ଥା ଲେଜର ସୋ ନୁହଁ ବରଂ ଏକ ପ୍ରୋଜେକ୍ଟର ଲଗାଇ ଲୋକଙ୍କୁ ଭୁଆଁ ବୁଲାଇବା କାମ କରିଥିବା ଅଭିଯୋଗ ହୋଇଛି । ଏହି ଲେଜର ଶୋକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ବାଲିଯାତ୍ରାର ଦୁଇ ଦିନ ପରେ ଏହା ବନ୍ଦ ହୋଇଯାଇଥିଲା ।

ବିବାଦୀୟ ଅଭିନେତ୍ରୀ; ଛାଡ଼ିଥିଲେ ଘର…ବିବାହ ପୂର୍ବରୁ ହୋଇଥିଲେ ଗର୍ଭବତୀ; ୨ ଥର କରିଛନ୍ତି ବିବାହ

ବିବାଦୀୟ ଅଭିନେତ୍ରୀ; ଛାଡ଼ିଥିଲେ ଘର…ବିବାହ ପୂର୍ବରୁ ହୋଇଥିଲେ ଗର୍ଭବତୀ; ୨ ଥର କରିଛନ୍ତି ବିବାହ

ତେବେ ଏତେ ଟଙ୍କା ବ୍ୟୟରେ ଅତି ନିମ୍ନ ମାନର ଲେଜର ଶୋ କାହିଁକି କରାଯାଇଥିଲା ଓ କାହିଁକି ବନ୍ଦ ହେଲା ତାହା ଜଣା ପଡିଲା ନାହିଁ । ଲକ୍ଷ ଲକ୍ଷ ଟଙ୍କା଼ ବ୍ୟୟରେ ସିଏମସି ବିଭିନ୍ନ କାମ କରିଥିବାବେଳେ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର କର୍ପୋରେଟରମାନେ। କଂଗ୍ରେସ ଓ ଶାସକ ଦଳର କର୍ପୋରେଟର ଭିଜିଲାନ୍ସ ତଦନ୍ତ ଦାବି କରିଥିବା ବେଳେ ବିଜେପି ସିବିଆଇ ତଦନ୍ତ ଦାବି କରିଛି।

ପଢନ୍ତୁ ଏହି ଖବର:
Rajlakshan Rajyog: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ବିରଳ ରାଜଯୋଗ; ଟଙ୍କା ପାହଡ଼ରେ ଶୋଇବେ ୩ ରାଶି !

ଏବର୍ଷ ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ବିଭିନ୍ନ କାମ ପାଇଁ ମୋଟ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବଜେଟ କରାଯାଇଥିଲା । ଏଥିପାଇଁ ଟେଣ୍ଡର ମଧ୍ୟ ଡକାଯାଇଥିଲା । ତେବେ ଟେଣ୍ଡର ପ୍ରକ୍ରିୟାର ମୁଖ୍ୟ ଦାୟିତ୍ବରେ ଥିଲେ ବଦଳି ହୋଇଥିବା ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ । ଏତେ ଏତେ ଟଙ୍କାରେ ଟେଣ୍ଡର କିପରି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏମିତି ଟେଣ୍ଡର ପ୍ରକ୍ରିୟା ଠିକ୍ ହୋଇନଥିବା ଅଭିଯୋଗ ହୋଇଛି । ଯେତେ ଟଙ୍କର ଟେଣ୍ଡର ହୋଇଛି ସେହି ଅନୁସାରେ କାମ ହୋଇ ନ ଥିବା ସାମ୍ନାକୁ ଆସିଛି । ସେପଟେ ବିଭିନ୍ନ ସ୍ତରରୁ ବାଲିଯାତ୍ରା ଦୁର୍ନୀତି କଥା ସାମନାକୁ ଆସିବାରୁ ତରବରିଆ ଭାବେ ମେୟର ଏକ ବାଲିଯାତ୍ରା ତଦନ୍ତ କମିଟି ଗଠନ କରିଛନ୍ତି । ଯେଉଁଥିରେ ସିଏମ୍‌ସି ୱାର୍କସ କମିଟି ମୁଖ୍ୟ ତଥା ବିଜେଡି କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଜଣେ ସିଟି ଇଞ୍ଜିନିୟର ଦୁଇ ଜଣ ନିର୍ବାହୀ ଯନ୍ତ୍ରୀଙ୍କ ସହ ଡେପୁଟି କମିଶନରଙ୍କୁ ନେଇ ଟିମ ଗଠନ କରାଯାଇଛି । ଅନ୍ୟପଟେ ମେୟର ସୁବାସ ସିଂ କହିଛନ୍ତି ବାଲିଯାତ୍ରା ରେ କୌଣସି ଦୁର୍ନୀତି ହୋଇନାହିଁ । କମିଟି ତଦାରଖ କରି ରିପୋର୍ଟ ଦେଲା ପରେ କାର୍ଯ୍ୟ କରିଥିବା ସଂସ୍ଥାକୁ ବିଲ୍‌ ପୈଠ କରାଯିବ। କେବଳ ବଳିୟାତ୍ରା ତୋରଣ କି ଲେଜର ସୋ ନୁହଁ ବରଂ ସବୁଜ ବାଣ ଫୁଟା ସହ ପରିମଳ ବ୍ୟବସ୍ଥାରେ ବି ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Leave a Comment